ଭୁବନେଶ୍ବର: ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଗତକାଲି ରାତିରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟା ପାଇଁ ପୋଲିସର ୩ଟି ଟିମ୍ ଗଠନ କରିଥିବା ବେଳେ ୧୦ ଜଣଙ୍କୁ ଗିରଫ କରାଯାଇଛି । ଆକ୍ରମଣକୁ ନେଇ ବିଭିନ୍ନ ମୟଲରେ ନିନ୍ଧା ହେଉଥିବା ବେଳେ ଆଜି ଧର୍ମଶାଳାରେ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି କିଛି ସାଂଘାତିକ ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିଂମାଶୁ ସାହୁ ।
ହିମାଂଶୁଙ୍କୁ ଯାଜପୁର ବୁଢାଘାଟ ଛକରେ ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ନେଇ ଗତକାଲି ଅଭିଯୋଗ ହୋଇଥିବା ବେଳେ ଏହାକୁ ଅଧିକ ଇନ୍ଧନ ଯୋଗାଇଛନ୍ତି ହିମାଂଶୁ । ହିଂମାଶୁ କହିଛନ୍ତି, ତାଙ୍କୁ ମାରି ଉପନିର୍ବାଚନ କରିବା ଷଡ଼ଯନ୍ତ୍ର ରଚାଯାଇଥିଲା । ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ତାଙ୍କୁ ଫୋନ୍ କରି ଆପୋଷବୁଝାମଣା କରିବା ପାଇଁ ପ୍ରସ୍ତାବ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ହିମାଂଶୁ । ଏଥିସହିତ ଯାଜପୁରରେ ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଛି ବୋଲି କହିଛନ୍ତି ହିମାଂଶୁ । ରାଜ୍ୟ ସରକାର ମଧ୍ୟ ଏ ଘଟଣାକୁ ଗୁରୁତର ସହିତ ନେଇଥିବା ବେଳେ ଖୁବଶିଘ୍ର ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମ୍ପୃକ୍ତ ସମସ୍ତ ଆସାମୀଙ୍କୁ ଗିରଫ କରାଯିବ ବୋଲି ରାଜ୍ୟ ସରକାର ତାଙ୍କୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ହିମାଂଶୁ ।
ସେପଟେ ହିମାଂଶୁଙ୍କ ଅଭିଯୋଗକୁ ଖଣ୍ଡନ କରି ଓଲଟା ସଫେଇ ଦେଇଛନ୍ତି ବବି । ଅଭିଯୋଗକୁ ନେଇ ବବି କହିଛନ୍ତି, ଥାନାରେ ଯାଇ ବସିବାକୁ ଭାଇକୁ କହିଥିଲି । ଦୋଷ ଥିଲେ କାର୍ଯ୍ୟାନୁଷ୍ଠାନ କରାଯାଉ । ଏଥିସହିତ ବିଜେଡି ହିଂସାକୁ ପ୍ରଶୟ ଦିଏ ନାହିଁ କହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ବବି ଦାସ। ଏହା ସହିତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପ୍ରଶାସନକୁ କହିଥିବା ତଥା ତାଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
Comments are closed.