Latest Odisha News

ଝାଡଖଣ୍ଡ ରେଜଲ୍ଟ: ସରକାର ଗଢିପାରେ ହେମନ୍ତଙ୍କ ଜେଏମଏମ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନୀ ଫଳାଫଳ ଟ୍ରେଣ୍ଡ ଅନୁଯାୟୀ ହେମନ୍ତ ସୋରେନଙ୍କ ଜେଏମଏମ ପୁଣି କ୍ଷମତାକୁ ଆସିବା ସ୍ପଷ୍ଟ ହୋଇଛି।

ଟ୍ରେଣ୍ଡ ଅନୁଯାୟୀ ୮୧ଟି ସିଟରେ ଭୋଟ୍ ଗଣତି ସମୟରେ ଜେଏମଏମ ମିଳିତ ମଞ୍ଚ ୫୪ଟି ଆସନରେ ଆଗୁଆ ରହିଛି। ଏହି ସଂଖ୍ୟା ବହୁମତ ୪୧ରୁ ୧୩ ସିଟ୍ ଅଧିକ ରହିଛି। ସେହିପରି ୨୯ଟି ଆସନରେ ବିଜେପି ମେଣ୍ଟ ଆଗୁଆ ରହିଛି। ଅନ୍ୟମାନେ ୧ ସିଟରେ ଆଗୁଆ ଅଛନ୍ତି।

ନିର୍ବାଚନ ଫଳାଫଳ ଅନୁସାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେଟ ଆସନରୁ ଆଗୁଆ ଅଛନ୍ତି। ତେବେ ତାଙ୍କ ପତ୍ନୀ କଳ୍ପନା ସୋରେନ୍ ଏବଂ ତାଙ୍କ ଭାଇ ବସନ୍ତ ସୋରେନ୍ ବର୍ତ୍ତମାନ ନିଜ ନିଜ ଆସନରେ ପଛୁଆ ରହିଛନ୍ତି।

ସୂଚନାଯୋଗ୍ୟ, ଏଥର ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୧୩ରେ ୪୩ ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିଲା, ଯେଉଁଥିରେ ୮୧ଟି ମଧ୍ୟରୁ ୩୮ଟି ବିଧାନସଭା ଆସନରେ ମତଦାନ ହୋଇଥିଲା।

Leave A Reply

Your email address will not be published.