Latest Odisha News

ଜାଣନ୍ତୁ ଶୀତରେ କିପରି କରିବେ ବାଦାମର ସେବନ, ୮୦ ପ୍ରତିଶତ ଲୋକ କରିଥାନ୍ତି ଏହି ଭୁଲ୍?

ଭୁବନେଶ୍ବର: ଶୀତ ଆସିବା ମାତ୍ରେ ଲୋକମାନେ ପ୍ରତିଦିନ ବାଦାମ ଖାଇବା ଆରମ୍ଭ କରନ୍ତି । ବାଦାମ ଶରୀରକୁ ଶକ୍ତି ଦେଇଥାଏ ଏବଂ ଏଥିରେ ଥିବା ଭିଟାମିନ୍ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ବାଦାମ ଖାଇବା ଦ୍ବାରା ଶରୀରରେ ଉଷ୍ମତା ଆସିଥାଏ । ବାଦାମ ଦୁନିଆର ସବୁଠାରୁ ଶକ୍ତିଶାଳୀ ଡ୍ରାଏ ଫ୍ରୁଟ୍ ବୋଲି ବିବେଚନା କରାଯାଏ । ବାଦାମ ହୃଦୟକୁ ସୁସ୍ଥ ରଖେ, ଓଜନ ହ୍ରାସ କରେ, ଶରୀରକୁ ଶକ୍ତି ପ୍ରଦାନ କରେ ଏବଂ ହାଡକୁ ମଜବୁତ କରେ ।

ବାଦାମ ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍, କ୍ୟାଲସିୟମ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । କିନ୍ତୁ ବାଦାମକୁ ସଠିକ୍ ଉପାୟରେ ଖାଇବା ଜରୁରୀ । ଯାହାଦ୍ୱାରା ଜଣେ ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବ । ଅଧିକାଂଶ ଲୋକ ଶୀତଦିନେ ବାଦାମ ଖାଇବାରେ ଏକ ବଡ ଭୁଲ କରନ୍ତି, ଯେଉଁଥିପାଇଁ ସେମାନେ ସମ୍ପୂର୍ଣ୍ଣ ଲାଭ ପାଆନ୍ତି ନାହିଁ

ବାଦାମ ଏକ ଗରମ ଡ୍ରାଏ ଫ୍ରୁଟ୍, ତେଣୁ ଅଧିକାଂଶ ଲୋକ ଶୀତଦିନେ ଶୁଖିଲା କିମ୍ବା ଭଜା ବାଦାମ ଖାଇବା ଆରମ୍ଭ କରନ୍ତି । ଲୋକମାନେ ଭାବନ୍ତି ଯେ ବାଦାମକୁ କେବଳ ଗ୍ରୀଷ୍ମ ଋତୁରେ ଭିଜାଇ ଖାଇବା ଉଚିତ୍ । ହେଲେ ତାହା ନୁହେଁ ଶୀତଦିନେ ମଧ୍ୟ ଭିଜାଇ ବାଦାମ ଖାଇବା ଅଧିକ ଲାଭଦାୟକ ଅଟେ । ଯଦି ଆପଣ ଲୁଣ ଏବଂ ତେଲ ବିନା ବାଦାମ ଖାଆନ୍ତି, ତେବେ ଏହାର ଲାଭ ଆହୁରି ବଢିଥାଏ । ସବୁଠୁ ଭଲ ହେବ କି ବାଦାମ ଭିଜେଇକରି ଖାଆନ୍ତୁ ।

ଏହା ଦ୍ବାରା ବାଦାମର କ୍ଷତିକାରକ ଉପାଦାନଗୁଡ଼ିକ ମରିଯାଏ ଏବଂ ଏହାର ପୋଷକ ତତ୍ତ୍ୱ ବହୁଗୁଣିତ ହୁଏ । ଯଦି ଆପଣ 20-25 ଟି ବାଦାମ ଖାଆନ୍ତି ଯଥା ଯେତେବେଳେ ଆପଣ ଭୋକିଲା ଅନୁଭବ କରନ୍ତି, ସେତେବେଳେ ମୁଠାଏ ବାଦାମ ଖାଇପାରିବେ, ଏହା ଆପଣଙ୍କ ପାଇଁ ଏକ ଉପଯୁକ୍ତ ସ୍ନାକ୍ସ ହୋଇପାରେ ।

ବାଦାମ କିପରି ଖାଇବେ-

ଶୀତଦିନେ ଆପଣ ବାଦାମ ଲଡୁ ପ୍ରସ୍ତୁତ କରି ଖାଇପାରିବେ । ଏହା ବ୍ୟତୀତ ବାଦାମକୁ ଶୁଖାଇ ଭାଜନ୍ତୁ ଏବଂ ରଖନ୍ତୁ ଯେତେବେଳେ ଆପଣ ଭୋକିଲା ଅନୁଭବ କରିବ, ଏହିପରି ବାଦାମ ଖାଇ ପାରିବେ । ପିଲାମାନଙ୍କୁ ମହୁରେ ବୁଡ଼ାଇ ବାଦାମ ଖାଇବାକୁ ଦେଇପାରିବେ । ବାଦାମକୁ ଗ୍ରାଇଣ୍ଡ କରି ପାଉଡର ତିଆରି କରନ୍ତୁ ଏବଂ ଏହାକୁ କ୍ଷୀରରେ ମିଶାଇ ପିଲାମାନଙ୍କୁ ଦିଅନ୍ତୁ ଆପଣ ବାଦାମ ବଟରକୁ ରୁଟି ଉପରେ ଲଗାଇ ଖାଇପାରିବେ । କଟା ହୋଇଥିବା ଭଜା ବାଦାମକୁ ୟୋଗାର୍ଟ ଓ ସାଲାଡରେ ପକାଇ ଖାଇପାରିବେ । ବାଦାମକୁ ଅଟାରେ ପକାଇ ମଧ୍ୟ ରୁଟି ତିଆରି କରି ଖାଇପାରିବେ ।

Leave A Reply

Your email address will not be published.