Latest Odisha News

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା ଥିଲା ସେମିତି କିଛି ବି ନାହିଁ । ମରାମତି କାମ ସରିଲେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ଭିତରକୁ ଯିବ । ଏହା ପରେ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ୨ୟ ପର୍ଯ୍ୟାୟରେ ଛତିଶା ନିଯୋଗ ସହ ମନ୍ଦିର ପ୍ରଶାସନର ଆଲୋଚନା ସରିଛି । ଆଜି ସିଡ୍ୟୁଲ ଦାଖଲ କରିବ ଏଏସ୍‌ଆଇ । ତୁରନ୍ତ କାମ ଆରମ୍ଭ କରିବାକୁ ଏଏସ୍‌ଆଇ ଅନୁମତି ପତ୍ର ଦେଇଛି ମନ୍ଦିର ପ୍ରଶାସନ । ଆଶା କରୁଛି ଦିନ କି ଦୁଇ ମଧ୍ୟରେ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

Leave A Reply

Your email address will not be published.