ବାରିପଦା: ଏନ୍କ୍ଲୋଜର୍ରୁ ବାହାରିଲା ବାଘୁଣୀ ‘ଜୀନ୍ନତ’। ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆକୁ ଛଡ଼ାଗଲା। ରାତି ୯ଟା ୩୦ରେ ଛଡ଼ାଯାଇଥିବା ନେଇ ଶିମିଳିପାଳ RCCF ସୂଚନା ଦେଇଛନ୍ତି। ତେବେ ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜୀନ୍ନତ’।
ଏବେ ଶିମିଳିପାଳ ଉତ୍ତରକୋର୍ ଅଞ୍ଚଳରେ ଜିନ୍ନତ୍ ଓ ଦକ୍ଷିଣ କୋରରେ ବାଘୁଣୀ ଯମୁନା ଅଛନ୍ତି। ଉଭୟ ବାଘୁଣୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି। ଗତ କିଛିଦିନ ହେବ ଅଭୟାରଣ୍ୟର କୋର ଏରିଆରେ ଏକ ସ୍ୱତନ୍ତ୍ର ଏନକ୍ଲୋଜର ରଖାଯାଇ ତାର ଗତିବିଧି ଲକ୍ଷ୍ୟ କରିବା ସହିତ ବିଭିନ୍ନ ଲକ୍ଷଣକୁ ଏକ ସ୍ୱତନ୍ତ୍ର ଟିମ ନିରୀକ୍ଷଣ କରୁଥିଲା ।
ତେବେ ସେଠାରେ ଏକ ବାରହାକୁ କିଛି ଦିନ ଶିକାର କରି ଖାଇବା ପରେ ବାଘୁଣୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଅନୁମାନ କରି ଅଭୟାରଣ୍ୟ କର୍ତ୍ତୃପକ୍ଷ ଏନକ୍ଲୋଜର ବାହାରକୁ ଛାଡିଦେଇଛନ୍ତି । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିିଛନ୍ତି, ଜୀନତ୍ ଓ ଯମୁନା ବର୍ତ୍ତମାନ ଖୋଲା ଆକାଶ ତଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବିତରଣ କରି ପାରିବ। ଚଳିତ ମାସ ୭ ତାରିଖରେ ମହାରାଷ୍ଟ୍ରରୁ ଯମୁନା ଆସିଥିବା ବେଳେ ୧୪ ତାରିଖରେ ଜନ୍ନତକୁ ଅଣାଯାଇଥିଲା ।
Comments are closed.