Latest Odisha News

ଇସ୍ରାଏଲ ଓ ହିଜବୁଲ୍ଲାହର ଅସ୍ତ୍ରବିରତି ବୁଝାମଣା, ଜାଣନ୍ତୁ କଣ ରହିଛି କାରଣ..

ଗାଜା: ଇସ୍ରାଏଲ ଏବଂ ହିଜବୁଲ୍ଲାହ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା  ପାଇଁ ଏକ ଚୁକ୍ତି ହୋଇଛି। ଯାହା ପରେ ହିଜବୁଲ୍ଲାହ ଏବଂ ଇସ୍ରାଏଲ ପରସ୍ପର ଉପରେ ଆକ୍ରମଣ କରିବେ ନାହିଁ। ତେବେ ଉଭୟ ୬୦ ଦିନ ଧରି ଅସ୍ତ୍ରବିରତି ଉଲ୍ଲଂଘନ ନକରିବାକୁ ସହମତି ହୋଇଛନ୍ତି।

ତେବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ ସେ ତିନିଟି କାରଣ ଏବଂ ସର୍ତ୍ତ ଅନୁଯାୟୀ ଅସ୍ତ୍ରବିରତି ଉଲ୍ଲଂଘନ ନ କରିବାକୁ ରାଜି ହୋଇଛନ୍ତି।

ପ୍ରଥମ କାରଣ ଦର୍ଶାଇ ନେତନ୍ୟାହୁ କହିଛନ୍ତି ଯେ ବର୍ତ୍ତମାନ ଇସ୍ରାଏଲ୍ ସେନା ଇରାନ ପକ୍ଷରୁ ଆସୁଥିବା ଚାଲେଞ୍ଜ ଉପରେ ଧ୍ୟାନ ଦେବାକୁ ଚାହୁଁଛି।

ଅନ୍ୟ ଏକ କାରଣ ଦର୍ଶାଇ ସେ କହିଛନ୍ତି ଯେ ଇସ୍ରାଏଲ୍ ସେନାର ଭଣ୍ଡାରକୁ ଅସ୍ତ୍ରଶସ୍ତ୍ରରେ ଭରପୁର କରିବାର ଆବଶ୍ୟକତା ରହିଛି। ତେବେ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ପହଞ୍ଚିବାରେ ବହୁ ବିଳମ୍ବ ହେଉଅଛି। ଆମକୁ ଆହୁରି ଅଧିକ ଉନ୍ନତ ଧରଣର ଅସ୍ତ୍ରଶସ୍ତ୍ର ଆବଶ୍ୟକ ଯାହା ଦ୍ୱାରା ଆମର ସୈନିକମାନେ ସୁରକ୍ଷିତ ରହିବେ ଏବଂ ସେମାନଙ୍କର ଶକ୍ତି ଦୁଇଗୁଣିତ ହେବ।

ତୃତୀୟ କାରଣ ଦର୍ଶାଇ ସେ କହିଛନ୍ତି ଯେ ହିଜବୁଲ୍ଲାହ ସହ ଅସ୍ତ୍ରବିରତି, ହମାସକୁ ଅଲଗା କରିବାର ଏକ ମାଧ୍ୟମ। ଆରମ୍ଭରୁ ହମାସ୍ ହିଜବୁଲ୍ଲାହ ଉପରେ ନିର୍ଭରଶୀଳ ରହି ଆସିଛି। ଏଭଳି ପରିସ୍ଥିତିରେ ଯଦି ହିଜବୁଲ୍ଲାହ ଅସ୍ତ୍ରବିରତି ଉଲ୍ଲଂଘନ କରି ହାମାସକୁ ସାହାଯ୍ୟ କରେ, ତେବେ ଇସ୍ରାଏଲ ଏହାର ପ୍ରତିଶୋଧ ନେବ।

 

 

Leave A Reply

Your email address will not be published.