Latest Odisha News

BREAKING NEWS

ମୁଫାସାର ସଂଘର୍ଷ ଭଳି ମୋ କାହାଣୀ: ଶାହରୁଖ

ମୁମ୍ବାଇ: ବଲିଉଡକୁ ଅନେକ ତାରକା ଆସନ୍ତି ଏବଂ ଯାଆନ୍ତି କିନ୍ତୁ ଶାହାରୁଖ ଖାନ ବନାଇଥିବା ସ୍ଥାନ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ଶାହାରୁଖଙ୍କ ଷ୍ଟାରଡମ୍ ଆଜି ମଧ୍ୟ ଲୋକଙ୍କ ପାଇଁ ଏକ ପ୍ରେରଣା। ତାଙ୍କର ସଫଳତା ପଛରେ ତାଙ୍କର କଠିନ ପରିଶ୍ରମ, ନିଷ୍ଠା ସ୍ପଷ୍ଟ ବାରି ହୁଏ।

ଶାହାରୁଖ ଖାନ ବର୍ତ୍ତମାନ ଆନିମେଟେଡ୍ ଚଳଚ୍ଚିତ୍ର ‘ମୁଫାସା: ଦ ଲାୟନ କିଙ୍ଗ’ରେ ତାଙ୍କ ସ୍ୱରର ଯାଦୁ ଦେଖାଇଛନ୍ତି। ଏହି ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣରେ ସେ ‘ମୁଫାସା’ର ଚରିତ୍ରରେ ସ୍ୱର ଦେଇଛନ୍ତି। ଏହି ଫିଲ୍ମରେ ତାଙ୍କ ପୁଅ ଆର୍ଯ୍ୟନ୍ ଏବଂ ଅବରାମ ମଧ୍ୟ ଭିନ୍ନ ଚରିତ୍ରରେ କଣ୍ଠଦାନ କରିଛନ୍ତି।

ନିକଟରେ ଶାହାରୁଖ ଖାନ ଫିଲ୍ମ ମୁଫାସା: ଦ ଲାୟନ କିଙ୍ଗକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ପ୍ରକାଶ କରିଛନ୍ତି ଯେ ମୁଫାସାଙ୍କ କାହାଣୀ ତାଙ୍କ ଜୀବନର କାହାଣୀ ସହିତ ବହୁତ ମାତ୍ରାରେ ସମାନ। ନିଜର ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇ ସେ କହିଛନ୍ତି ଯେ ମୁଫାସାଙ୍କ ଯାତ୍ରା ତାଙ୍କୁ କିପରି ତାଙ୍କ ବ୍ୟକ୍ତିଗତ ସଂଘର୍ଷ ବିଷୟରେ ମନେ ପକାଇଦେଇଛି। ଏହି ଚରିତ୍ରଟି ତାଙ୍କ ହୃଦୟର ଅତି ନିକଟତର ବୋଲି ସେ ପ୍ରକାଶ କରିଛନ୍ତି।

 

Comments are closed.