ନୂଆଦିଲ୍ଲୀ: ଭାରତୀୟ ନୌସେନା ଏବଂ ଡିଆରଡିଓ ପକ୍ଷରୁ ସମୁଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ପରୀକ୍ଷଣ କରାଯାଇଛି । ଯେଉଁଥିରେ ଭାରତୀୟ ନୌସେନା ତା’ର ନ୍ୟକ୍ଲିୟର ପାବର୍ଡ ସବମରୀନ ଆଇଏନଏସ ଅରିଘାତରୁ ସଫଳତାର ସହ K-4 SLBM ମିସାଇଲ ପରୀକ୍ଷା କରିଛି । ଏହି ପରୀକ୍ଷଣ ପରେ ଭାରତ ବର୍ତ୍ତମାନ ସମୁଦ୍ରରୁ ଆଣବିକ ଆକ୍ରମଣ କରିବାକୁ ସକ୍ଷମ ହେବ । ଏହାଦ୍ୱାରା ଭାରତର ଆଣବିକ ଶକ୍ତି ଆହୁରି ବୃଦ୍ଧି ପାଇଛି ।
ଏହି ପରୀକ୍ଷଣ ପରେ ଚୀନ୍ ପରେ ଭାରତ ଏସିଆର ଦ୍ୱିତୀୟ ଦେଶ ହୋଇପାରିଛି ଯେଉଁଥିରେ ବୁଡ଼ାଜାହାଜରୁ ଆଣବିକ ଆକ୍ରମଣ କରିବାର କ୍ଷମତା ରହିଛି । ଯଦି ଆମେ ଆଜି ସପଳତାର ସହ ପରୀକ୍ଷଣ ହୋଇଥିବା K-4 SLBM ର ଅଗ୍ନି ଶକ୍ତି ବିଷୟରେ ଆଲୋଚନା କରିବା, ତେବେ ସମଗ୍ର ପାକିସ୍ତାନ ଏବଂ ଚୀନ୍ର ଅଧା ଅଂଶ ଏହା ଭିତରେ ଆସିବ । ଏହି ସଫଳ ପରୀକ୍ଷଣ ପରେ ବିଶ୍ବ ସ୍ତରରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି ।
K-4 SLBM କ୍ଷେପଣାସ୍ତ୍ରର ରେଞ୍ଜ ୩୫୦୦ କିଲୋମିଟର ଏବଂ ଓଜନ ପ୍ରାୟ ୧୭ ଟନ୍ ରହିଛି । ଏହି କ୍ଷେପଣାସ୍ତ୍ରର ଲମ୍ବ ୩୯ ଫୁଟ ଏବଂ ପ୍ରସ୍ଥ ୪.୩ ମିଟର । ଏହାର ଭିତରେ ସଲିଡ୍ ରକେଟ୍ ମୋଟର ଏବଂ ସଲିଡ୍ ପ୍ରୋପେଲେଣ୍ଟ ଲାଗିଛି, ଯାହା ଏହାକୁ ଉଚ୍ଚ କ୍ଷମତା ପ୍ରଦାନ କରିଥାଏ । ଏହି କ୍ଷେପଣାସ୍ତ୍ର ୨୫୦୦ କିଲୋଗ୍ରାମ ପରମାଣୁ ବହନ କରିବାରେ ସକ୍ଷମ, ଯାହା ଭାରତକୁ ଏକ ଶକ୍ତିଶାଳୀ ‘ଦ୍ୱିତୀୟ ଷ୍ଟ୍ରାଇକ୍’ କ୍ଷମତା ପ୍ରଦାନ କରିଥାଏ ।
ଆଇଏନଏସ ଅରିଘାତ, ଯାହା ଅରିହନ୍ତ-କ୍ଲାସର ଆଣବିକ ବୁଡ଼ାଜାହାଜ, ଏଥିରେ ଚାରୋଟି ଭର୍ଟିକଲ ଲଚିଂ ସିଷ୍ଟମ ଲଗାଯାଇଛି । ଯାହା K-4 SLBM କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରିପାରିବ । ଏହାର ସଫଳ ପରୀକ୍ଷଣ ସହିତ ଭାରତ ବର୍ତ୍ତମାନ ସମୁଦ୍ରରୁ ମଧ୍ୟ ଦୂରଗାମୀ ପରମାଣୁ ଆକ୍ରମଣ କରିବାରେ ସକ୍ଷମ ହୋଇପାରିଛି ।