Latest Odisha News

BREAKING NEWS

ଧମକ ପରେ ବଢିଲା ରାଜଧାନୀ ସୁରକ୍ଷା, ନିୟୋଜିତ ହେବେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜଧାନୀ ଭୁବନେଶ୍ବର ଆଇଜି ଏବଂ ଡିଜିପି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ପ୍ରମୁଖ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାକୁ ଯାଉଛନ୍ତି । ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁନ ଭୁବନେଶ୍ବର ବଡ ଧମାକା ପାଇଁ ଧମକ ଦେଇଥିବା ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ଞମରେ ଖବର ପ୍ରସାର ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି ରାଜ୍ୟ ପୋଲିସ୍ ।

ଏନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରେସମିଟ କରି ସୂଚାଇ ଦିଆଯାଇଛି ।  କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ ଦେବଦତ୍ତ ସିଂହ କହିଛନ୍ତି, ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି-ଆଇଜି ସମ୍ମିଳନୀ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀରେ ୭୦ ପ୍ଲାଟୁନ ଅଧିକ ଫୋର୍ସ ମୁତୟନ କରାଯାଇଛି। ଏହା ବ୍ୟତୀତ ରାଜ୍ୟ ପୋଲିସ ବିଭାଗ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ତେବେ ମିଳିଥିବା ଧମକ ପାଇଁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ନିୟୋଜିତ ହେବେ। ସାଦା ପୋଷାକରେ ମଧ୍ୟ ପୁଲିସ ନିୟୋଜିତ ହେବେ।ଏଥିସହିତ ଧମକ ଭିଡିଓକୁ ନେଇ କିଛି ମନ୍ତବ୍ୟ ରଖିନାହାନ୍ତି ସିପି ।

ତେବେ କହିରଖୁଛୁ, ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତ ସିଂହ ପନ୍ନୁନ ଏକ ଧମକପୂର୍ଣ୍ଣ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ଟାର୍ଗେଟରେ ଡିଜିପି ଏବଂ ଆଇଜି ସମ୍ମିଳନୀ ରହିଥିବା ବେଳେ ଭୁବନେଶ୍ବରର ହୋଟେଲ ଏବଂ ମନ୍ଦିର ଘେରାଉ ନେଇ ସୂଚନା ମିଳିଛି ।

ତେବେ ଭୁବନେଶ୍ୱରରେ ଓଡିଶା ଡିଜିପି ସମ୍ମିଳନୀ ହେବାକୁ ଥିବା ବେଳେ ଏହି ପାନ୍ ଇଣ୍ଡିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହାକୁ ଭଣ୍ଡୁର କରିବା ପାଇଁ ଶିଖ୍ ଫର ଜଷ୍ଟିସ୍  ମୁଖ୍ୟ ଗୁରୁପନ୍ତ ସିଂହ ପନ୍ନୁନ ଏକ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସମର୍ଥକଙ୍କୁ ଭୁବନେଶ୍ୱରର ମନ୍ଦିର-ହୋଟେଲରେ ଛଦ୍ମବେଶରେ ଲୁଚି ରହିବାକୁ ଅନୁରୋଧ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାମ ମନ୍ଦିର ଯିବାକୁ ଚ୍ୟାଲେଞ୍ଚ କରିଛି ପନ୍ନୁନ । କହିଛି ମୋଦି ଆଉ ଶାହା ଭୁବନେଶ୍ବରକୁ ଯାଇ ସେଠିକା ପାଇଁ ବିପଦ ଆଣୁଛନ୍ତି । ତେଣୁ ମୁଁ ନକ୍ସଲ, ମାଓବାଦୀ ଏବଂ କାଶ୍ମୀରୀ ଯୋଦ୍ଧାମାନଙ୍କୁ ଛଦ୍ମବେଶରେ ଲୁଚିରହି ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାପୁ ଆହ୍ବାନ ଦେଉଛି ।

Comments are closed.