Latest Odisha News

BREAKING NEWS

ବିଶ୍ଵର ସବୁଠୁ ଥଣ୍ଡା ସ୍ଥାନ, ଦିନକୁ ମାତ୍ର ୩ ଘଣ୍ଟା ପାଇଁ ଦୃଶ୍ୟମାନ ହୁଅନ୍ତି ସୂର୍ଯ୍ୟ

ଭୁବନେଶ୍ଵର: ସାରା ଦେଶରେ ଏବେ ଶୀତ ଲହରି ଜାରି ରହିଛି । କେଉଁଠି ବରଫ ପଡିଲାଣି ତ କେଉଁଠି ଜାଡରେ ଦେହ ହାତ ଥରିଯାଉଛି। ଶୀତ ଦିନ ଆସିବା ମାତ୍ରେ ଉତ୍ତର ଭାରତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡେ । ପ୍ରବଳ ଥଣ୍ଡାକୁ ବରଫର ଚାଦର ଦେଖିବାକୁ ଦେଖିବାକୁ ମଧ୍ୟ ସୁନ୍ଦର ଲାଗେ । ତେବେ କେବଳ ଭାରତ ନୁହେଁ ବିସ୍ଵର ଅନେକ ସ୍ଥାନରେ ବରଫ ଦେଖାଯାଏ । କିନ୍ତୁ କଣ ଆପଣ ଜାଣନ୍ତି ବିସ୍ଵର ସବୁଠାରୁ ଥଣ୍ଡା ସ୍ଥାନ କେଉଁଟା । ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାକୁ ଆପଣ ଯିବାର ମାତ୍ର କିଛି ସମୟ ମଧ୍ୟରେ ବରଫ ପାଲଟିଯିବେ ।

ତେବେ କହିରଖୁଛୁ ଯେ, ରୁଷିଆର ପୂର୍ବାଞ୍ଚଳରେ ଥିବା ସାଖା ଜିଲାର ୟାକୁସ୍ତୁକ ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ପରିଚିତି। ଏଠାକାର ତାପମାତ୍ରା ଶୀତଦିନେ -୫୮ ଡିଗ୍ରୀ ସେଲସିୟସ୍‌ ହୋଇଥାଏ। ଏଠାରେ ଥଣ୍ଡାର ପ୍ରକୋପ ଏତେ ଅଧିକା ଯେ, ଶୀତଦିନେ ଲୋକଙ୍କ ଆଖିପତା ଓ କେଶ ମଧ୍ୟ ବରଫ ହୋଇଯାଏ । ସବୁଠାରୁ ବଡ କଥା ହେଉଛି ଶୀତଦିନରେ ଏଠାରେ ସୂର୍ଯ୍ୟ ଦିନକୁ ମାତ୍ର ୩ ଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥାନ୍ତି।

ଏହି ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଲୋକ ବସବାସ କରନ୍ତି। ଆର୍କଟିକ୍‌ ସର୍କଲଠାରୁ ୩୫୦ କିମି ଦୂର ଏହି ଅଞ୍ଚଳର ମାଟି ତଳେ ପ୍ରଚୁର ପରିମାଣର ସୁନା, ହୀରା, କୋଇଲା ଆଦି ରହିଛି। ଅନ୍ୟ ସହର ଗୁଡିକ ଭଳି ଏଠାରେ ମଧ୍ୟ ସ୍କୁଲ, ହସ୍ପିଟାଲ, ପୋଷ୍ଟ ଅଫିସ୍‌, ବ୍ୟାଙ୍କ ଆଦି ରହିଛି। ଏତେ ଥଣ୍ଡାରେ ମଧ୍ୟ ଏଠାରେ ଜନଜୀବନ ବ୍ୟାହତ ହୋଇନଥାଏ ।

ଏଠାକୁ ବୁଲିବା ପାଇଁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସିଥାନ୍ତି। ପ୍ରବଳ ଥଣ୍ଡା ଯୋଗୁ ଗାଡ଼ିର ଇଞ୍ଜିନ୍‌ ଅଏଲ୍‌ ଜମାଟ ବାନ୍ଧି ଯାଇଥାଏ। ଫଳରେ ଗିୟର ବକ୍ସ୍‌ ଥଣ୍ଡାରେ ଜମି ଯାଏ। ତେଣୁ ଏଠାରେ ପ୍ରତି ୨-୩ କିଲୋମିଟର ମଧ୍ୟରେ ହିଟିଂ ଗ୍ୟାରେଜ୍‌ ରହିଥାଏ।

 

Comments are closed.