ଭୁବନେଶ୍ଵର : ଶୀତ ଋତୁରେ ଅଧିକାଂଶ ଲୋକ କାଶ, ଥଣ୍ଡା, ଜ୍ୱର ଏବଂ ପେଟ ଯନ୍ତ୍ରଣା ଅନୁଭବ କରିଥାନ୍ତି। କିଛି ଲୋକଙ୍କ ଗଳା ଯନ୍ତ୍ରଣା ଏବଂ ଶ୍ବାସ ସମସ୍ୟା ମଧ୍ୟ ଦେଖା ଦେଇଥାଏ | ଏପରି ସ୍ଥିତିରେ, ଶୀତଦିନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଜରୁରୀ । ଶୀତଦିନେ, ଆପଣଙ୍କ ଖାଦ୍ୟରେ ଭରପୂର ମାତ୍ରାରେ ଭିଟାମିନ୍ ସି ଅନ୍ତର୍ଭୁକ୍ତ କରନ୍ତୁ।
ଡାକ୍ତରଙ୍କ କହିବା ଅନୁସାରେ ଶୀତଦିନେ, ଆପଣଙ୍କ ଖାଦ୍ୟରେ ଆଣ୍ଟି-ବ୍ୟାକ୍ଟେରିଆ ଖାଦ୍ଯ ଯୋଡନ୍ତୁ। ଶୀତ ଋତୁରେ ରୋଗରୁ ରକ୍ଷା ପାଇବା ପାଇଁ କେତେକ ଜଡିବୁଟି ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଆମ ପ୍ରକୃତିରେ ଏମିତି କିଛି ଔଷଧ ରହିଛି ଯାହାକୁ ପାଣିରେ ଫୁଟାଇ ପିଇଲେ ଅତ୍ୟନ୍ତ ଲାଭ ମିଳିଥାଏ। କଣ ସବୁ ଏହି ଔଷଧ ଏବଂ କଣ ରହିଛି ଉପକାରିତା ଆସନ୍ତୁ ଜାଣିବା।
ଯଷ୍ଟିମଧୁ ପାଣି
ଶୀତଦିନେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆପଣ ଯଷ୍ଟିମଧୁ ବ୍ୟବହାର କରିପାରିବେ। ୨ କପ୍ ପାଣିରେ କିଛି ଯଷ୍ଟିମଧୁ ମିଶାଇ ଭଲ ଭାବରେ ଫୁଟାନ୍ତୁ । ଥଣ୍ଡା ହେବାପରେ ଏହାକୁ ଦିନକୁ ଦୁଇଥର ପିଅନ୍ତୁ। ଏଥିରେ ଥିବା ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ କାଶରୁ ମୁକ୍ତି ଦେଇଥାଏ। ଏହା ଗଳାର ଯନ୍ତ୍ରଣା ସହିତ ଶ୍ବାସ ସମସ୍ଯା ସମାଧାନ କରିଥାଏ।
ତୁଳସୀ ଓ ଅଦା ପାଣି
ଶୀତଦିନେ ତୁଳସୀ ଓ ଅଦା ପାଣି ବହୁତ ଲାଭଦାୟକ ହୋଇପାରେ । ଏହି ଦୁଇଟି ଜିନିଷରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଭାଇରାଲ୍ ଗୁଣ ରହିଛି। ଯଦି ଆପଣ ଅଦା ଏବଂ ତୁଳସୀ କାଢା ପିଅନ୍ତି, ତେବେ ଆପଣ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇ ପାରିବେ। ଆପଣଙ୍କ କଫ ସମସ୍ଯା ମଧ୍ୟ ଏଥିରେ ଠିକ ହୋଇଯିବ। ଏହି ପାଣିରେ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ଏହା ଆମକୁ ବିଭିନ୍ନ ରୋଗକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।
ହଳଦୀ ପାଣି
ହଳଦୀ କେବଳ ମସଲା ନୁହେଁ ବରଂ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ହଳଦୀ ପାଣି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଶରୀରକୁ ଉଷ୍ମ ରଖିବାରେ ସହାୟକ ହୋଇଥାଏ। ଥଣ୍ଡା ଏବଂ କାଶରୁ ମଧ୍ୟ ଆରାମ ଦେଇଥାଏ । ହଳଦୀରେ କରକ୍ୟୁମିନ୍ ନାମକ ଏକ ଯୌଗିକ ଥିବାରୁ, କଞ୍ଚା ହଳଦୀ ପାଣିରେ ମିଶାଇ ପିଇବା ଦ୍ବାରା ସର୍ଦ୍ଦିରୁ ମୁକ୍ତି ମିଳିଥାଏ।
Comments are closed.