ଭୁବନେଶ୍ବର: ମହିଳାମାନେ ସୁନ୍ଦର ଏବଂ ଉଜ୍ଜ୍ଵଳ ତ୍ବଚା ପାଇଁ ବିୟୁଟିପାର୍ଲର ଯାଆନ୍ତି, କିନ୍ତୁ ଏହା ଲାଭ ଅପେକ୍ଷା ଅଧିକ କ୍ଷତି କରିଥାଏ । କାରଣ ଏଥିରେ ଅନେକ ଉତ୍ପାଦ ଅଛି ଯାହା ରାସାୟନିକ ପଦାର୍ଥରୁ ତିଆରି, ଯାହା କିଛି ସମୟ ପାଇଁ ଚେହେରାରେ ଚମକ ଆଣିଥାଏ ସତ କିନ୍ତୁ ପରେ ଏହାର ଫଳାଫଳ ବହୁତ ଖରାପ ହୁଏ । ତେବେ ଆପଣ ପ୍ରାକୃତିକ ଉପାୟରେ ସ୍କିନରେ ଗ୍ଲୋ ପାଇବାକୁ ଚାହୁଁଛନ୍ତି ଯଦି ଚେହେରାରେ ବ୍ୟବହାର କରନ୍ତୁ ବିଟରୁଟ୍ ଫେସପ୍ୟାକ୍ ।
ବିଟରୁଟର ଉପକାରିତା
ଆଣ୍ଟିଅକ୍ସିଡାଣ୍ଟ ଗୁଣଗୁଡିକ ବିଟରୁଟରେ ମିଳିଥାଏ ଯାହା ମୁହଁରେ ଥିବା କୁଞ୍ଚ ଏବଂ ଆଖି ତଳେ ଥିବା ଡାର୍କ ସର୍କଲକୁ ଦୂର କରିବାରେ ସାହାଯ୍ୟ କରିଥାଏ | ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଭିଟାମିନ୍ କେ ଥାଏ ଯାହା ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଏହାକୁ ଚେହେରାରେ ପ୍ରୟୋଗ କରନ୍ତି, ଏହା ସ୍କିନକୁ କୋମଳ କରିଥାଏ ଏବଂ ଏହାର ବ୍ୟବହାର ମଧ୍ୟ ଚେହେରାକୁ ଗୋଲାପୀ କରିଦିଏ ।
ତେବେ ଆସନ୍ତୁ ଜାଣିବା ବିଟରୁଟ୍ ଫେସପ୍ୟାକ୍ କିପରି ତିଆରି କରିବା:-
ବିଟରୁଟ୍ ଓ ଦହି
ସାମଗ୍ରୀ- ଗୋଟିଏ ବିଟରୁଟ୍ , ଦୁଇ ଚାମଚ ଦହି, ଗୋଲାପ ଜଳ
ବିଧି- ବିଟିରୁଟରୁ ରସ ବାହାର କରି ଦିଅନ୍ତୁ । ରସରେ ଦହି ମଶାଇ କିଛି ସମୟ ରଖିଦିଅନ୍ତୁ । ଏହାପରେ ସେଥିରେ ଗୋଲାପଜଳ ମିଶାଇ ଦିଅନ୍ତୁ ।
ବ୍ୟବହାର- ପ୍ରଥମେ ଚେହେରାକୁ ପାଣିରେ ଧୋଇ ଶୁଖାଇ ଦିଅନ୍ତୁ । ଉକ୍ତ ମିଶ୍ରଣକୁ ଫେସ୍ ରେ ଲାଗାଇ ୨୦ରୁ ୩୦ମିନିଟ୍ ଯାଏଁ ଛାଡି ଦିଅନ୍ତୁ । ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ ।
ବିଟରୁଟ୍ ଓ ମହୁ
ସାମଗ୍ରୀ- ଗୋଟିଏ ବିଟରୁଟ୍ , ଦୁଇ ଚାମଚ ଘିକୁଆଁରି ରସ, ମହୁ
ବିଧି- ବିଟିରୁଟରୁ ରସ ବାହାର କରି ଦିଅନ୍ତୁ । ରସରେ ଘିକୁଆଁରି ରସ ଓ ମହୁ ମିଶାଇ ମିଶ୍ରଣକୁ ୧0ମିନିଟ୍ ଛାଡି ଦିଅନ୍ତୁ ।
ବ୍ୟବହାର- ପ୍ରଥମେ ଚେହେରାକୁ ପାଣିରେ ଧୋଇ ଶୁଖାଇ ଦିଅନ୍ତୁ । ଉକ୍ତ ମିଶ୍ରଣକୁ ଫେସ୍ ରେ ଲାଗାଇ ୨୦ରୁ ୩୦ମିନିଟ୍ ଯାଏଁ ଛାଡି ଦିଅନ୍ତୁ । ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହାର ବ୍ୟବହାର ସପ୍ତାହରେ ୨ଥର କରିପାରିବେ ।
Comments are closed.