Latest Odisha News

ପଦରୁ ହଟିପାରିବେ କି ଉପରାଷ୍ଟ୍ରପତି? କଂଗ୍ରେସ ଆଣିବ ଅନାସ୍ଥା ପ୍ରସ୍ତାବ..

ନୂଆଦିଲ୍ଲୀ: ବିଶ୍ବାସଭାଜନ ହୋଇପାରୁନାହାନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ଧନକଡଙ୍କ ବିରୋଧରେଏବେ ନୋ କନଫିଡେନ୍ସ ମୋସନ ତଥା ଅନସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛି କଂଗ୍ରେସ । ଏନେଇ ଇଣ୍ଟି-ମେଣ୍ଟର ଦଳମାନେ ଧନକଡଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ପ୍ରସ୍ତାବ ଆଣିବାକୁ ଯାଉଥିବା ସୂତ୍ରୁ ପ୍ରକାଶ ପାଇଛି । ତେବେ ପୂର୍ବ ମୌସୁମୀ ଅଧିବେଶନ ମଧ୍ୟ ବିରୋଧୀ ଧନକଡଙ୍କ ବିରୋଧରେ ସମାନ ପ୍ରସ୍ତାବ ଆଣିବାକୁ ଯାଉଥିଲେ । ହେଲେ ପରସ୍ପର ସହ ଆଲୋଚନା ପରେ ତାଙ୍କୁ ଗୋଟିଏ ସୁଯୋଗ ଦେବା ପାଇଁ ମନସ୍ଥ କରିଥିଲେ ବିରୋଧୀ । ହେଲେ ସୋମାବାର ରାଜ୍ୟସଭାରେ ଜର୍ଜ ସୋରସଙ୍କ ପ୍ରସଙ୍ଗରେ ହୋଇଥିବା ହଙ୍ଗାମା ସମୟରେ ଧନକଡଙ୍କ ଆଭିମୁଖ୍ୟକୁ ଦେଖି କଂଗ୍ରେସ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି କରିଛି ।

ତେବେ ମିଳିଥିବା ସୂଚନା ଅନୂଯାୟୀ, କଂଗ୍ରେସ ଏହି ପ୍ରସ୍ତାବକୁ ଦାଖଲ କରିବାକୁ ଯାଇଥିବା ବେଳେ ଅନ୍ୟ ବିରୋଧୀ ଦଳ କଂଗ୍ରେସକୁ ସମର୍ଥନ ଜଣାଇଛନ୍ତି । ଇଣ୍ଡି ମେଣ୍ଟର ସମସ୍ତ ଦଳ ମୁଖ୍ୟଙ୍କ ସମେତ ତୃଣମୂଳ କଂଗ୍ରେସ, ଆମ ଆଦମି ପାର୍ଟି ଏବଂ ସମାଜବାଦୀ ପାର୍ଟି ମଧ୍ୟ ଏଥିରେ ସମର୍ଥନ ଜଣାଇଥିବା ସୂଚନା ମିଳିଛି । ଯେଉଁଥିରେ ୭୦ଜଣ ସାଂସଦଙ୍କ ହସ୍ତାକ୍ଷର ରହିଥିବା ଜଣାପଡିଛି।

କ’ଣ ବାସ୍ତବରେ ଉପରାଷ୍ଟ୍ରପତିଙ୍କୁ ହଟାଇଯାଇପାରିବ? ଏଥିପାଇଁ କି କି ପ୍ରକ୍ରିୟା ରହିଛି…..

ତେବେ ସମ୍ବିଧାନର ଧାରା ୬୭(B) ଅନୁଯାୟୀ, ଉପରାଷ୍ଟ୍ରପତିଙ୍କୁ ପଦଚ୍ୟୁତ କରାଯାଇପାରିବ । ଧାରା ୬୭ (B) ଅନୁଯାୟୀ ଉପରାଷ୍ଟ୍ରପତିଙ୍କୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଗରିଷ୍ଠତା ଦ୍ବାରା ପାରିତ ହୋଇଥିବା ଏବଂ ସାଧାରଣ ଜନତାଙ୍କ ସହ ସହମତ ହୋଇଥିବା ରାଜ୍ୟସଭାର ଏକ ରିଜୋଲ୍ୟୁସନ୍ ଦ୍ବାରା ହଟାଯାଇପାରିବ।

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ପାଇଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ସାଂସଦଙ୍କ ହସ୍ତାକ୍ଷର ସହ ଅନାସ୍ଥା ପ୍ରସ୍ତାବ ସଚିବାଳୟକୁ ଯିବ। ଏହାପରେ ଅତି କମରେ ୧୪ ଦିନ ପୂର୍ବରୁ ଦିଆଯାଇଥିବା ଏହି ନୋଟିସ ପରେ ରାଜ୍ୟସଭାରେ ଉପସ୍ଥିତ ସଦସ୍ୟଙ୍କ ବହୁମତ ଆଧାରରେ ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଲୋକସଭା ପଠାଯିବ । ଦେଶର ଉପରାଷ୍ଟ୍ରପତି ହିଁ ରାଜ୍ୟସଭା ଅଧ୍ୟକ୍ଷ ହୋଇଥାନ୍ତି , ଯାହା ଦ୍ବିତୀୟ ସର୍ବୋଚ୍ଚ ସମ୍ବିଧାନିକ ପଦ। ଏଭଳି ସ୍ଥିତିରେ ତାଙ୍କୁ ପଦରୁ ହଟାଇବାକୁ ହେଲେ ଲୋକସଭାରେ ମଧ୍ୟ ପ୍ରସ୍ତାବ ପାରିତ କରିବାକୁ ପଡିବ।

Comments are closed.