Latest Odisha News

BREAKING NEWS

“ଯୁବପିଢିଙ୍କ ଆକସ୍ମିକ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ”

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନାଡ୍ଡା ଡିସେମ୍ବର ୧୦ ମଙ୍ଗଳବାର ଦିନ ରାଜ୍ୟସଭାକୁ କହିଛନ୍ତି ଯେ ଯୁବପିଢିଙ୍କ ଆକସ୍ମିକ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ। ଏହାକୁ ନେଇ ସେ ସଂସଦରେ ସ୍ପଷ୍ଟିକରଣ ରଖିଛନ୍ତି। ସେ କହିଛନ୍ତି ଯେ କୋଭିଡ ଟିକା ସହିତ ଯୁବପିଢିଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆରର ଅଧ୍ୟୟନକୁ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରମାଣ କରିଛି। ଅଧ୍ୟୟନରୁ ଜଣାପଡିଛି ଯେ ଟୀକାକରଣ ପ୍ରକୃତରେ ଏଭଳି ମୃତ୍ୟୁ ହେବାର ସମ୍ଭାବନାକୁ ହ୍ରାସ କରିଥାଏ।

ଦେଶରେ ଦିନକୁ ଦିନ ହଠାତ୍‌ ମୃତ୍ୟୁ ହେବା ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ଯୁବପିଢ଼ିମାନେ ଏହାର ଅଧିକ ଶିକାର ହେଉଛନ୍ତି। ତେବେ ଆକସ୍ମାତ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ। ଏହାପଛରେ କରୋନା ଟିକାର କୌଣସି ଭୂମିକା ନାହିଁ। ଦେଶରେ କରୋନା ସଙ୍କଟ ପରେ ହଠାତ୍ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଅନେକ ରିପୋର୍ଟରେ ଦାବି କରାଯାଇଥିଲା। ପୂର୍ବରୂ କୋଭିଡ ଟିକା ପାଇଁ ଯୁବପିଢିଙ୍କ ହଠାତ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଥିଲା। କିନ୍ତୁ ଆଇସିଏମଆର ଷ୍ଟଡି ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୮ରୁ ୪୫ ବର୍ଷିୟ ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହୋଇଥିଲା।

ଏଭଳି ୭୨୯ ଲୋକଙ୍କ ହଠାତ୍ ମୃତ୍ୟୁ ପରେ କୋଭିଡ ଟିକା ଉପରେ ପ୍ରଶ୍ନ ଉଠିଥିଲା। ଏହାପରେ ଆଇସିଏମ୍‌ଆର୍‌ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ହସ୍ପିଟାଲକୁ ନେଇ ରିସର୍ଚ୍ଚ କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ, କୋଭିଡ -୧୯ ଟିକାର ଅତି କମରେ ଗୋଟିଏ ଡୋଜ କିମ୍ବା ଦୁଇଟି ଡୋଜ ନେବା ବିନା କାରଣରେ ଆକସ୍ମିକ ମୃତ୍ୟୁ ହେବାର ସମ୍ଭାବନାକୁ ହ୍ରାସ କରିଥାଏ।

Leave A Reply

Your email address will not be published.