ନୂଆଦିଲ୍ଲୀ: ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖା ଦେଇଛି ସମସ୍ୟା । ସର୍ଭର ଡାଉନ୍ ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଲକ୍ଷ ଲକ୍ଷ ୟୁଜର । ପୂର୍ବରୁ ଲଗ ଇନ୍ ଥିବା ଆକାଉଣ୍ଟଗୁଡିକ ଲଗଆଉଟ ହୋଇଯିବା ସହ ପୁନର୍ବାର ଲଗ ଇନ୍ ମାଗୁଛି । ପୁଣିଥରେ ଲଗ ଇନ୍ କରିବା ମାତ୍ରେ ଫେଲ ହୋଇଯାଉଛି । ବିଭିନ୍ନ ଦେଶରେ ଏହି ସମସ୍ୟା ଦେଖାଯାଇଥିବା ଜଣାପଡିଛି । ଭାରତ ସମେତ ଅନେକ ଦେଶରେ ଏହି ସମସ୍ୟା ଦେଖାଯାଇଥିବା ଜଣାପଡିଛି ।
ସେପଟେ ହ୍ଵାଟସ୍ଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଡାଉନ୍ ହେବା ପରେ ୟୁଜର ମାନଙ୍କୁ କ୍ଷମା ମାଗିଛି ମେଟା । ଏକ ବିବୃତ୍ତି ଜାରି କରି ମେଟା କହିଛି, ଉପଭୋକ୍ତାମାନଙ୍କୁ ମୁଁ କ୍ଷମା ମାଗୁଛି ଯେ ସେମାନେ ଏପରି ସମସ୍ୟାର ସମ୍ମୁଖୀନ ହେଲେ । ଆମେ ଏହି ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରୁଛୁ । ବାସ୍ତବରେ, ଗତକାଲି ରାତି ୧୧.୩୦ ଠାରୁ ଉପଭୋକ୍ତାମାନେ ଏହି ଆପଗୁଡ଼ିକରେ ମେସେଜ ପଠାଇବା ଏବଂ ରିସିଭ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ସମସ୍ୟା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ, ହ୍ଵାଟସ୍ଆପ୍ ଏପର୍ଯ୍ୟନ୍ତ ମଧ୍ୟ ସଠିକ୍ ଭାବରେ କାମ କରୁନଥିବା ନେଇ ସୂଚନା ମିଳିଛି ।