Latest Odisha News

ବଢିଲା ଗୃହରକ୍ଷୀଙ୍କ ପଦବୀ ସଂଖ୍ୟା, ବଢିବ ଦରମା

ଭୁବନେଶ୍ବର: ବଢିବ ଗୃହରକ୍ଷୀଙ୍କ ପଦବୀ ସଂଖ୍ୟା । ରାଜ୍ୟ ସରକାରରେ କାମ କରୁଥିବା ଗୃହରକ୍ଷୀଙ୍କ ପଦବୀ ସଂଖ୍ୟା ୫ ଜହାରକୁ ବୃଦ୍ଧି କରାଯିବ । ପୁର୍ବରୁ ଏହି ସଂଖ୍ୟା ୨,୪୧୬ ରହିଥିବା ବେଳେ ଏବେ ଏହାକୁ ୫୦୦୦କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୋଲିସର କାର୍ଯ୍ୟ ଦକ୍ଷତାକୁ ଆହୁରି ବଢାଇବା ପାଇଁ ଆଜି ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୃହରକ୍ଷୀ ନିଯୁକ୍ତି କଟକଣାକୁ ସରକାର ହଟାଇ ଦେଇଛନ୍ତି । ପୂର୍ବରୁ ୨୪୧୬ ଗୃହରକ୍ଷୀ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ମୋଟ ୫ ହଜାର ପଦବୀ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯିବ । ବିଭାଗକୁ ପଦବୀ ବଢାଇ ନିଯୁକ୍ତି ପ୍ରକ୍ରିୟା ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାରେ ଗୃହରକ୍ଷୀ ଭାଇମାନେ ଭଲ କାମ କରୁଛନ୍ତି। ସେମାନଙ୍କର ଆର୍ଥିକ ସହାୟତା ରାଶି ବି ବୃଦ୍ଧି କରାଯିବ।

ତେବେ ଆଜି କମିଶନରେଟ ପୋଲିସ ପକ୍ଷରୁ ଇଆରଏସଏସ ସେବା ଲୋକାର୍ପଣ କରିବା ଅବସରରେ ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ କହିରଖୁଛୁ, ଇଆରଏସଏସ ବା ଆପରକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ବା ଏମରଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ, ଯେଉଁଥିରେ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇଦେବା ଲାଗି ପୋଲିସ୍ କର୍ମଚାରି ନିୟୋଜିତ ହେବେ । ଆଜି ଏହି ସେବା ପ୍ରଦାନକାରୀ ୩୦ଟି ଗାଡ଼ି ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଯାହା ପ୍ରାଥମିକ ସ୍ତରରେ କଟକ ଓ ଭୁବନେଶ୍ୱର କମିଶନରେଟ୍‌ ଅଞ୍ଚଳରେ ସେବା ଯୋଗାଇବା ବେଳେ ପରେ ପରେ ଏହା ପୂରା ରାଜ୍ୟରେ ଜାରି ହେବ  ।

Leave A Reply

Your email address will not be published.