ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ। ଜାଡ ଭାଙ୍ଗୁଛି ହାଡ। ଖସୁଛି ପାରଦ, ବଢୁଛି ଶୀତ। ଜାଡରେ ଜଡସଡ ସାରା ଓଡ଼ିଶା। ଆଗାମୀ ଦିନରେ ରାତି ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି। ୧୦.୨ ଡିଗ୍ରୀ ସହ ରାଉରକେଲା ସବୁଠୁ ଥଣ୍ଡା ସହର ପାଲଟିଛି। ଆଭ୍ୟନ୍ତରୀଣ ଓଡିଶାରେ ଜାଡ ସହ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ।
ଆଗାମୀ ୪ ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରା ରେ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ । ସେହିପରି ୫ରୁ ୭ ଦିନ ଯାଏଁ ବର୍ଷା ହେବାର ନାହିଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟାରେ ରାଉରକେଲା ସବୁଠୁ ଥଣ୍ଡା ସହର ପାଲଟିଛି। ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ ରହିଥିଲା। ଫୁଲବାଣୀରେ ତାପମାତ୍ରା ୧୧ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡିରେ ବର୍ତ୍ତମାନ ୧୧.୫ ଡିଗ୍ରୀ ତାପାମାତ୍ରା ରେକର୍ଡ ହୋଇଛି।
ସେହିଭଳି ମୟୂରଭଞ୍ଜରେ ଆଜି ସର୍ବନିମ୍ନ ୫ଡିଗ୍ରୀ ତଳକୁ ଖସିଛି ତାପମାତ୍ରା। ଉପର ବରାକାମୁଡା ରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ଏବଂ ଚହଲାରେ ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ପାଗ ଶୁଖିଲା ରହିବା ସହ ଝାରସୁଗୁଡା, ଗଞାମ, କୋରାପୁଟ, କଳାହାଣ୍ଡି, କନ୍ଧମାଳ , ସୁନ୍ଦରଗଡ ଓ ସମ୍ବଲପୁର ରେ ହାଲୁକରୁ ମାଧ୍ୟମ ଧରଣର କୁହୁଡି ଅନୁଭୂତ ହେବ। କେବଳ ସୁନ୍ଦରଗଡରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଛି । ପ୍ରବଳ ଶୀତ ସହ କୁହୁଡିର ମଜା ନେବାକୁ ପ୍ରାତଭ୍ରମଣ ଓ ଚା’ ଦୋକାନରେ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ ସମେତ ସ୍ଥାନୀୟ ବାସିନ୍ଦା।
Comments are closed.