Latest Odisha News

BREAKING NEWS

ବାୟୁ ପ୍ରଦୂଷଣ ନେଲାଣି ୭୩ ଲକ୍ଷ ଜୀବନ

ନୂଆଦିଲ୍ଲୀ: ଭାରତ ଏକ ସବ୍-ଟ୍ରପିକାଲ୍ ଦେଶ । ଯାହାର ଉତ୍ତର ଭାଗରେ ସାଧରଣତଃ ନଭେମ୍ବରରୁ ଜାନୁଆରୀ ମାସ ଥଣ୍ଡା ଅନୁଭୂତ  ହୋଇଥାଏ । କେଉଁଠାରେ ଅଧିକ ଆଉ କେଉଁଠାରେ କମ୍ । ଆଉ ଥଣ୍ଡା ଆସିଲେ ସାଙ୍ଗରେ ବାୟୁ ପ୍ରଦୂଷଣ ନେଇକି ଆସେ । ସାଧରଣତଃ ବର୍ଷର ଏହି ସମୟରେ ଘନ କୁହୁଡି ସାଙ୍ଗକୁ ବାୟୁ ପ୍ରଦୂଷଣ ତାର ଚରମ ସୀମାରେ ପହଞ୍ଚିଥାଏ ।  ଯେମିତିକି ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳ । ଏଠି ବାୟୁରେ ଖାଲି ବିଷ ।  ଯାହା ଶ୍ୱାସ ନେବାରେ ଅସୁବିଧା, ଛାତିରେ ଯନ୍ତ୍ରଣା ଏବଂ ଫୁସଫୁସରେ ସଂକ୍ରମଣ ଭଳି ରୋଗକୁ ଆହୁରି ବଢେଇଥାଏ ।

ଏହି ପ୍ରଦୂଷଣ ଯୋଗୁଁ  ଆମ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ଯାଇଥାଏ। ଯାହାର ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ନିକଟରେ ହୋଇଥିବା ଏକ ରିସର୍ଚ୍ଚ ଅନୁଯାୟୀ, ୨୦୧୯ ରେ ବାୟୁ ପ୍ରଦୂଷଣ କାରଣରୁ ଭାରତରେ ୭୩ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ୱିଡେନର କୋରୋଲିନସ୍କା ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଏହି ଅନୁସନ୍ଧାନ ଯାହା ଲାନସେଟ୍ ପ୍ଲାନେଟାରୀ ହେଲ୍ଥରେ ପ୍ରକାଶିତ ହୋଇଛି ।

ତଥ୍ୟ କହୁଛି, ଭାରତରେ ବାୟୁ ଗୁଣବତ୍ତା ଏବେ ଧିରେ ଧିରେ ମୃତ୍ୟୁଯନ୍ତା ପାଲଟିଲାଣି ।  ପିଏମ୍ ୨.୫ ନାମକ କ୍ଷୁଦ୍ର ବାୟୁ ପ୍ରଦୂଷଣ କଣିକା ଉପରେ ଏହି ଅନୁସନ୍ଧାନ କରାଯାଇଥିବା ବେଳେ ଏହା ଡରାଇଲା ଭଳି ତଥ୍ୟ ପ୍ରଦାନ କରିଛି । ଏହି କଣିକା ଫୁସଫୁସ ଏବଂ ରକ୍ତ ପ୍ରବାହରେ ଗଭୀର ଭାବରେ ପ୍ରବେଶ କରିପାରେ, ଯାହା ଆଗକୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।

ତେବେ ଏହି ବାୟୁ ପ୍ରଦୂଷଣକୁ ନେଇ ୨୦୦୯ରୁ ୨୦୧୯ରେ ମଧ୍ୟରେ ହୋଇଥିବା ରିସର୍ଚ୍ଚରେ ୬୫୫ଟି ଜିଲ୍ଲାର ତଥ୍ୟକୁ ବ୍ୟବହାର କରାଯାଇଛି । ଯେଉଁଥିରେ ପିଏମ ୨.୫ ସ୍ତର ମୃତ୍ୟୁ ହାର ସହ ଜଡିତ ଥିଲା । ଯେଉଁସ୍ତର ପ୍ରତି ଘନ ମିଟରରେ ୧୦ ମାଇକ୍ରୋଗ୍ରାମ୍ ବୃଦ୍ଧି ହେବାରେ ଲାଗିଛି । ଆଉ ଏହି ବୃଦ୍ଧି ପ୍ରଭାବରେ  ମୃତ୍ୟୁ ହାର ମଧ୍ୟ ୮.୬ ପ୍ରତିଶତକୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ଗତ ଦଶ ବର୍ଷ ମଧ୍ୟରେ ବାୟୁ ଗୁଣବତ୍ତା ନିର୍ଦ୍ଧାରିତ ମାନଙ୍କ ତୁଳନାରେ ଖରାପ ହେତୁ ପ୍ରାୟ ୩୮ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି । ୪୩ ଲକ୍ଷରୁ ଯାଇ ୭୩ ଲକ୍ଷରେ ପହଞ୍ଚିଛି । ଭାରତରେ ଏହି ସୂଚକାଙ୍କ ଘନ ମିଟର ପ୍ରତି ୪୦ ମାଇକ୍ରୋଗ୍ରାମ୍ ଅଟେ ।  ଏହାର ଅର୍ଥ ହେଉଛି ବାୟୁ ଗୁଣବତ୍ତା ଖରାପ ହେତୁ ଏହି ମୃତ୍ୟୁର ହାର ମଧ୍ୟ ବୃଦ୍ଧି ପାଉଛି । ଯାହାକୁ ନେଇ ବାୟୁର ମାନକୁ ସମୀକ୍ଷା କରି ଏହାର ଗୁଣବତ୍ତାକୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି ।

Comments are closed.