କୋଲକାତା: ଆରଜି କର ମେଡିକାଲ ଘଟଣାର ୯୦ ଦିନ ପରେ ମଧ୍ୟ କୋଲକାତା ଜୁନିଅର ମହିଳା ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ। ଏହି ମାମଲାରେ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍ ମଣ୍ଡଳଙ୍କୁ ମିଳିଲା ଜାମିନ। କୋର୍ଟ ଉଭୟଙ୍କୁ ୨ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ମୁଲଚାଲ କରି ଜାମିନ ପ୍ରଦାନ କରିଛନ୍ତି।
ଜାମିନ ପାଇବା ପରେ ମଧ୍ୟ ଅନେକ ସର୍ତ୍ତ ଦିଆଯାଇଛି। ସର୍ତ୍ତ ପୂରଣ ହେବା ପରେ ହିଁ ଅଭିଜିତ୍ ମଣ୍ଡଳ ଜେଲରୁ ମୁକୁଳିବେ। ତଥାପି ବର୍ତ୍ତମାନ ସନ୍ଦୀପ ଘୋଷଙ୍କୁ ଜେଲରୁ ମୁକ୍ତ କରିବା ସମ୍ଭବ ନୁହେଁ। କାରଣ ତାଙ୍କ ବିରୋଧରେ ଆରଜି ଟ୍ୟାକ୍ସ ଦୁର୍ନୀତି ମାମଲା ମଧ୍ୟ ଚାଲିଛି। ସେ କ୍ଷେତ୍ରରେ ସନ୍ଦୀପ ଘୋଷଙ୍କୁ ଜେଲରେ ରହିବାକୁ ପଡ଼ିବ।
ଆପଣଙ୍କୁ କହିରଖୁଛୁ ଯେ ସିବିଆଇ ସନ୍ଦୀପ ଘୋଷ ଏବଂ ଅଭିଜିତ ମଣ୍ଡଲଙ୍କୁ ମହିଳା ଡାକ୍ତର ହତ୍ୟା-ଦୁଷ୍କର୍ମ ମାମଲାରେ ପ୍ରମାଣ ମିଥ୍ୟା ବୋଲି ଅଭିଯୋଗ କରିଛି। ଏହା ବ୍ୟତୀତ ଏହି ମାମଲାକୁ ପ୍ରଭାବିତ କରିବାର ଅଭିଯୋଗ ମଧ୍ୟ ଅନେକ ଥର ସାମ୍ନାକୁ ଆସିଛି। ସୂଚନା ଥାଉକି କୋଲକାତା ଆର.ଜି କର ମେଡିକାଲ କଲେଜରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କ ପରିବାର ତରଫରୁ ଲଢ଼ୁଥିବା ବରିଷ୍ଠ ଓକିଲ ବୃନ୍ଦା ଗ୍ରୋଭର କେସ ଛାଡିଦେଇଛନ୍ତି। ସୁପ୍ରିମକୋର୍ଟ, କଲିକତା ହାଇକୋର୍ଟ ଏବଂ ସିୟାଲଦାହ ଟ୍ରାଏଲ କୋର୍ଟରୁ ନିଜ ଆଡୁ କେସ ଛାଡିଛନ୍ତି। ତେବେ କୌଣସି କାରଣ ଏବଂ ପରିସ୍ଥିତି ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ବୁଧବାର ଓକିଲକ ଟିମ ତରଫରୁ କୁହାଯାଇଥିଲା ଯେ, ପୀଡ଼ିତାଙ୍କ ପରିବାର ଏବଂ ତାଙ୍କ ଆଇନଗତ ଦଳ ମଧ୍ୟରେ କୌଣସି ସମନ୍ୱୟ ନଥିବାରୁ ସେ ଏହି ନିଷ୍ପତି ନେଇଛନ୍ତି।
ସୂଚନାଯୋଗ୍ୟ ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ପ୍ରତିବାଦର ବହ୍ନି ଜଳିବା ସହ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ସେପାତ୍ରେ ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରବା ସହ କଲେଜର ପ୍ରିନ୍ସିପାଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା।