Latest Odisha News

ବିମାନ ଲ୍ୟାଣ୍ଡିଂ-ଟେକଅଫ୍ ସମୟରେ କାହିଁକି ଝରକାର ପରଦା ଖୋଲିବାକୁ କୁହାଯାଏ?

ନୂଆଦିଲ୍ଲୀ:ଟ୍ରେନ୍,ବିମାନର ଅନେକ ନିୟମ ଅଛି ଯାହା ବିଷୟରେ ଆମେ ଅଧିକାଂଶ ଜାଣିନଥାଉ | କିମ୍ବା ଆମେ ସେ ସବୁକୁ ଅଣଦେଖା କରିଥାଉ | ଏଥି ମଧ୍ୟରୁ ଗୋଟିଏ ହେଉଛି ଉଡ଼ାଣ ଅବା ଅବତରଣ ସମୟରେ ଝରକାର ପରଦା ଖୋଲିବା | ଆପଣ ଜାଣନ୍ତି କାହିଁକି ଏହା କରାଯାଏ? ତେବେ ଆସନ୍ତୁ ଜାଣିବା ଏହାର କାରଣ

ଏହା ହେଉଛି କାରଣ?

ୱିଣ୍ଡୋରୁ ପରଦା ହଟାଇବା ପଛରେ ଯାତ୍ରୀଙ୍କ ସୁରକ୍ଷା ହେଉଛି ମୁଖ୍ୟ କାରଣ | ବାସ୍ତବରେ ଅବତରଣ ଏବଂ ଉଡ଼ାଣ ସମୟରେ ଅଧିକାଂଶ ବିମାନ ଦୁର୍ଘଟଣା ଘଟିଥାଏ | ବିମାନ ପରଦା ଖୋଲିବା ପଛର କାରଣ ହେଉଛି, ଯାତ୍ରୀମାନେ ବାହାରେ କଣ ଘଟୁଛି ଜାଣିପାରିବେ | ଯାତ୍ରୀ ଘଟଣା ବିଷୟରେ ଜାଣି ପ୍ରସ୍ତୁତ ରହି ପାରିବେ | ଏହାସହ ଝରକା ଖୋଲା ରହିବା ଦ୍ବାରା କ୍ୟାବିନ କ୍ରୁମାନେ କ୍ରମାଗତ ଭାବରେ ବାହାରକୁ ଦେଖିପାରିବେ | ଏହା ବ୍ୟତୀତ ଯଦି ବିମାନରେ ନିଆଁ ଲାଗିଯାଏ କିମ୍ବା ଧୂଆଁ ବ୍ୟାପିଥାଏ, ତେବେ ଖୋଲା ୱିଣ୍ଡୋ ସାହାଯ୍ୟରେ ଏହି ପରିସ୍ଥିତି ବିଷୟରେ ଜାଣିବା ଅତି ସହଜ ହୋଇଯାଏ |

ଏହା ବ୍ୟତୀତ, ଅବତରଣ କରିବା ସମୟରେ ଟ୍ରେ ଟେବୁଲଗୁଡିକ ମଧ୍ୟ ବନ୍ଦ କରାଯାଏ| କାରଣ ଯଦି ବିମାନଟି ଦୁର୍ଘଟଣାଗ୍ରସ୍ତ ହୁଏ ତେବେ ଯାତ୍ରୀମାନେ ଆଗ ସିଟ୍ ଆଡକୁ ଢଳି ପଡନ୍ତି | ଟ୍ରେ ଟେବୁଲ୍ ଖୋଲାଥିଲେ ଯାତ୍ରୀମାନେ ମଧ୍ୟ ଆହତ ହୋଇଯିବେ | ସେଥିପାଇଁ ଟ୍ରେ ଟେବୁଲ୍ କୁ ବନ୍ଦ କରିବାକୁ ଏୟାରହୋଷ୍ଟେସ୍ କହିଥାନ୍ତି ।

Leave A Reply

Your email address will not be published.