Latest Odisha News

BREAKING NEWS

ଆସ ଖାଇବା ‘ମାଣ୍ଡିଆ ବରଫି’

ଭୁବନେଶ୍ବର: ପୋଷକ ତତ୍ତ୍ବରେ ଭରପୁର ମାଣ୍ଡିଆ । ମାଣ୍ଡିଆରେ ଅଧିକ ଫାଇବର,ମିନରାଲ, ଆଣ୍ଟିଅକ୍ସିଡାଣ୍ଟ ଓ ଏକାଧିକ ଭିଟାମିନ୍,କ୍ୟାଲସିୟମ ସହ ଏହା ଔଷଧୀୟଗୁଣ ରହିଛି । ଆସନ୍ତୁ ଏହି ମାଣ୍ତିଆରେ ବରଫି ପ୍ରସ୍ତୁତ କରିବା..

ସାମଗ୍ରୀ:-
ମାଣ୍ତିଆ -୧ କପ୍
ମିଲ୍କ ପାଉଡର-୧ କପ୍
ଚିନି- ୧ କପ୍
କାଜୁ- ୧୦ଟି
ଗୁଜୁରାତି-୪ଟି
ଘିଅ-ଅଧ କପ୍

ପ୍ରଣାଳୀ:-
ମାଣ୍ଡିଆକୁ ଧୋଇ ଖରାରେ ଶୁଖାଇ ଗୁଣ୍ଡ କରନ୍ତୁ । ଘିଅରେ କାଜୁକୁ ଭାଜନ୍ତୁ । ସେଇ ଘିଅରେ ମାଣ୍ଡିଆ ଗୁଣ୍ଡକୁ ଭାଜି ଦେଇ ଗୋଟେ ପ୍ଲେଟ୍ ରେ କାଢି ଦିଅନ୍ତୁ । ଚିନି ଶିରା କରନ୍ତୁ । ମିଲ୍କ ପାଉଡର ସହିତ ମାଣ୍ତିଆ ଗୁଣ୍ଡକୁ ମିଶାନ୍ତୁ । ଚିନି ଶିରାରେ ଏହାକୁ ପକାଇ ଗୋଳାନ୍ତୁ । ହେଇ ଆସିଲେ ଗୁଜୁରାତି ଗୁଣ୍ଡ ଓ କାଜୁ ପକାଇ ଓହ୍ଲାଇ ଦିଅନ୍ତୁ । ଚଉଡା ପାତ୍ରରେ ଘିଅ ମାରି ଏହାକୁ ରଖି ସାଇଜ କରନ୍ତୁ । ଥଣ୍ଡା ହେଲା ପରେ ଛୋଟଛୋଟ ଖଣ୍ଡ କରି କାଟନ୍ତୁ ।

Leave A Reply

Your email address will not be published.