ୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଆସିଲା ରାୟ । ଘଟଣାରେ ପୋଲିସ ରିପୋର୍ଟ, ପାରିପାର୍ଶ୍ବିକ ଘଟଣା ଏବଂ ୯ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ ଅଭିଯୁକ୍ତ ନରେନ୍ଦ୍ର ବେହେରାକୁ ୭ ବର୍ଷ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ଜରିମାନା କରିଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ । ଏହା ସହ ଅନାଦେୟ ହେଲେ ୧ ବର୍ଷ ଅଧିକ କାରାଦଣ୍ଡ ଶୁଣାଣି କରିଛନ୍ତି ଏଡିଜେ ଡଃ ଭି. ସୁଜାତା ।
ଖବର ମୁତାବକ, ୨୦୨୦ ଜୁନ୍ ୧୧ ତାରିଖ ସଂନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଜନୈକ ବିବାହିତା ମହିଳା କୌଣସି କାମ ସାରି ଘରକୁ ଫେରିବା ସମୟରେ ତାଙ୍କୁ ଏକୁଟିଆ ପାଇ ବାଢୁଣିଆ ଗ୍ରାମର ନରେନ୍ଦ୍ର ବେହେରା (୪୦) ମହିଳାଙ୍କୁ ବାଇକରେ ଛାଡି ଦେବାକୁ କହିଥିଲେ । ମହିଳା ଜଣଙ୍କ ନରେନ୍ଦ୍ରର ବାଇକ୍ ରେ ବସି ଆସୁଥିବା ସମୟରେ ନିଛାଟିଆ ଜାଗାରେ ଜଙ୍ଗଲ ପାଖରେ ଅଟକି ଥିଲେ ।
ମହିଳାଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିଲା ନରେନ୍ଦ୍ର । ଏହାକୁ ନେଇ ମହିଳା ଜଣକ ପରିବାର ଲୋକଙ୍କୁ ସବୁକଥା କହିଥିଲେ । ଏନେଇ ପରିବାର ଲୋକେ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ ।
ଆଜି ରାଇରଙ୍ଗପୁର କୋର୍ଟରେ ମାମଲାର ବିଚାରି କରି ଏଡିଜେ ଡଃ ଭି. ସୁଜାତା ଏହି ଶୁଣାଣି କରିଛନ୍ତି । ପରିଚାଳନାରେ ସରକାରୀ ଏପିପି ପଙ୍କଜ ଦାସ ସହଯୋଗ କରିଥିଲେ ।
Comments are closed.