Latest Odisha News

ଅଜବ ରୀତିନୀତି: ମୃତଦେହକୁ ପାହାଡ କଡରେ ଟାଙ୍ଗି ଦିଅନ୍ତି ଏହି ଲୋକେ

ନୂଆଦିଲ୍ଲୀ: ଦୁନିଆରେ ଥିବା ବିଭିନ୍ନ ଧର୍ମର ଲୋକମାନେ ନିଜର ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ସେମାନଙ୍କର ଜୀବନଯାପନ କରନ୍ତି । ହିନ୍ଦୁ ଧର୍ମରେ ଯେପରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଶବଦାହ କରାଯାଏ ସେମିତି ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମରେ ମୃତ ଦେହକୁ କବର ଦିଆଯାଏ । ସେହିପରି ପାର୍ସୀ ଧର୍ମରେ ମୃତ ଶରୀରକୁ ଟାୱାର ଅଫ୍ ସାଇଲେନ୍ସରେ ରଖାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଦୁନିଆରେ ଏହିପରି ଏକ ଦେଶ ଅଛି ଯେଉଁଠାରେ ମୃତଦେହକୁ କବର ଦିଆଯାଇ ପୋତା ଯାଏନାହିଁ କି ଶବଦାହ ମଧ୍ୟ କରାଯାଏ ନାହିଁ । ଆଜ୍ଞା ହଁ, ଏହି ଦେଶରେ ମୃତଦେହକୁ ଏକ ଗଛରେ ଟଙ୍ଗାଯାଇଥାଏ । ଏହା ପଛର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ଲୋକେ ଭିନ୍ନ ଭିନ୍ନ ରୀତିନୀତି ପାଳନ କରିଥାନ୍ତି । ସେଥିରେ କିଛି ରୀତିନୀତି ଏପରି ଥାଏ ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ମୃତ୍ୟୁ ପରେ ଅନେକ ଦେଶରେ ଭିନ୍ନ ଭିନ୍ନ ପ୍ରକାରରେ ଅନ୍ତିମ ସଂସ୍କାର କରାଯାଏ । ତେବେ ଫିଲିପାଇନ୍ସର ଏକ ଜନଜାତିର ଲୋକମାନେ ମୃତ୍ୟୁ ପରେ ନିଜ ସମ୍ପର୍କୀୟଙ୍କ ମୃତଦେହକୁ ଗଛରେ ଟାଙ୍ଗି ଦିଅନ୍ତି। ଫିଲିପାଇନ୍ସର ଇଗୋରୋଟ ଜନଜାତିର ଲୋକମାନେ ଦୀର୍ଘ ଦିନ ଧରି ଏହି ପରମ୍ପରାକୁ ଅନୁସରଣ କରିଆସୁଛନ୍ତି।

ଫିଲିପାଇନ୍ସର ଉତ୍ତର ଲୁଜୋନର କର୍ଡିଲେରା କେନ୍ଦ୍ରୀୟ ପର୍ବତରେ ଅବସ୍ଥିତ ସାଗାଡା ଗ୍ରାମରେ ଏହି ପରମ୍ପରା ପାଳନ କରାଯାଏ । କୁହାଯାଏ ଯେ ଏହି ପରମ୍ପରା ଗତ ୨୦୦୦ ବର୍ଷ ଧରି ଏଠାରେ ଚାଲିଆସୁଛି। ଅନ୍ତିମ ସଂସ୍କାରରେ, ଇଗୋରୋଟ୍ ଜନଜାତିର ଲୋକମାନେ ନିଜ ହାତରେ କଫିନ୍ ପ୍ରସ୍ତୁତ କରନ୍ତି । ଏହା ପରେ ମୃତଦେହକୁ ସେହି କଫିନ ରଖି ସେହି କଫିନ୍ ଗୁଡିକ ପାହାଡ ଧାରରେ ଟାଙ୍ଗି ଦିଅନ୍ତି । ଟାଙ୍ଗିବା ପାଇଁ ସେମାନେ ବଡ କଣ୍ଟାର କିମ୍ବା ମଜବୁତ ଖମ୍ବରେ ଆବଶ୍ୟକତା ପଡିଥାଏ । ଏହି କଫିନ୍ ଗୁଡିକ ଭୂମିଠୁ ବହୁ ଉଚ୍ଚରେ ଟଙ୍ଗାଯାଇଥାଏ ।

ବାସ୍ତବରେ, ଏହି ପରମ୍ପରା ପଛରେ ଦୁଇଟି ଭିନ୍ନ ମତ ଅଛି । ଇଗୋରୋଟ ଜନଜାତିର ଲୋକମାନେ ନିଜ ସମ୍ପର୍କୀୟଙ୍କ ମୃତଦେହକୁ ବହୁ ଉଚ୍ଚାରେ ଟାଙ୍ଗି ଦିଅନ୍ତି । ଯାହାଫଳରେ ସେମାନେ ନିଜ ଆତ୍ମାର ନିକଟରେ ରହିପାରିବେ । କୁହାଯାଏ ଯେ, ଇଗୋରୋଟ ଜନଜାତିର ଲୋକମାନଙ୍କୁ ମାଟିରେ ପୋତି ହେବାକୁ ଭୟ କରୁଥିଲେ। ଯେଉଁଥିପାଇଁ ସମ୍ପର୍କିୟ ମାନେ ସେମାନଙ୍କୁ କବର ଦେବାକୁ ଚାହୁଁନଥିଲେ। ସେ ଚାହୁଁଥିଲେ ଯେ ତାଙ୍କ ଶରୀରକୁ ଏପରି ସ୍ଥାନରେ ରଖାଯାଉ ଯେଉଁଠାରେ ଏହା ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ।

Leave A Reply

Your email address will not be published.