ଉଦୟପୁର: ୨ ଥର ଅଲିମ୍ପିକ ପଦକ ବିଜେତା ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ ଓ ଭେଙ୍କଟ ଦତାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଡିସେମ୍ବର ୨୨ରେ ଉଦୟପୁରରେ ଉଭୟ ବିବାହ କରିବେ । ଡିସେମ୍ବର ୨୪ରେ ହାଇଦ୍ରାବାଦରେ ସେମାନେ ରିସେପ୍ସନ ଦେବେ । ସିନ୍ଧୁ ଶନିବାର ସୋସିଆଲ ମିଡିଆରେ ନିର୍ବନ୍ଧ ଫଟୋ ଶେୟାର କରିବା ସହ ଏ ସମ୍ପର୍କରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଭେଙ୍କେଟ ୨୦୧୮ରେ ଫ୍ଲେମ ୟୁନିଭରସିଟି ବ୍ୟାଚେଲର ଅଫ ବିଜିନେସ ଆଡମିନିଷ୍ଟ୍ରେଶନରେ ବିବିଏ ଆକାଂଉଟିଂ ଆଣ୍ଡ ଫାଇନାନ୍ସ କୋର୍ସ କରିଛନ୍ତି ।
ସିନ୍ଧୁଙ୍କ ବାପା କହିଛନ୍ତି ଯେ, ଏହି ବିବାହ ବହୂତ ପୂର୍ବରୁ ସ୍ଥିର ହୋଇ ସାରିଥିଲା । କେବଳ ସମୟ ସୁବିଧା ଦେଖି ଔପଚାରିକତା ବାକି ରହିଥିଲା । ୨୯ ବର୍ଷୀୟା ସିନ୍ଧୁ ନିକଟରେ ସୟେଦ ମୋଦି ଆନ୍ତର୍ଜାତୀୟ ବ୍ୟାଡମିଂଟନ ଟାଇଟଲ ହାସଲ କରିଛନ୍ତି । ଲକ୍ଷ୍ନୌରେ ଖେଳା ଯାଇଥିବା ଫାଇନାଲରେ ସେ ପୂର୍ବତନ ବିଶ୍ୱ ଚାମ୍ପିୟନ ଚୀନର ଲୁୟୋ ୟୁଙ୍କୁ ହରାଇଥିଲେ ।