Latest Odisha News

BREAKING NEWS

ମଧୁପାଟଣା ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ: ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌। କଟକ ମଧୁପାଟଣା ଛକରେ ଘଟିଛି ଏହି ଅଘଟଣ। ବସ୍‌ଟି ଭୁବନେଶ୍ୱରରୁ କଟକ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି। କଟକ-ଭୁବନେଶ୍ବର ଯାଉଥିବା ସମୟରେ ମଧୁପାଟଣା ଛକରେ ବସରେ ନିଆଁ ଲାଗିଯାଇଥିଲା।

ସୂଚନା ଅନୁଯାୟୀ, ଏହି ବସ୍‌ଟି ଡିଜେଲ୍‌ ଚାଳିତ ବସ୍‌ ବୋଲି ଜଣାପଡ଼ିଛି। ହଠାତ ବସରେ ନିଆଁ ଲାଗିଯାଇଥିଲା। ସଟ୍‌ସର୍କିଟ ଯୋଗୁ ନିଆଁ ଲାଗିଥିବା ଆଲୋଚନା ହେଉଛି। ବସ୍‌ରେ ନିଆଁ ଲାଗିବା ଦେଖି ବସ ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଏହାପରେ ସେମାନେ ବସ୍‌ରୁ ବାହାରି ଆସିଥିଲେ। ଏସବୁ ପରେ ମଧ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜାଣିବାକୁ ମିଳିଛି।

ବସରେ ନିଆଁ ଲାଗିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭିବା ପରେ ରାସ୍ତାରେ ଯିବା ଆସିବା ସ୍ୱଭାବିକ ହୋଇଛି।

 

 

Comments are closed.