ପୁରୀ: ଶ୍ରୀମନ୍ଦିର ପରିସରରେ ହାତାହାତି ହୋଇଛନ୍ତି ସେବାୟତ। ଆଜି ପୁଣି ଦୁଇ ସେବାୟତ ଗୋଷ୍ଠୀ ଭିତରେ ହାତାହାତି ହେବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଘଟିଛି ଏହି ଘଟଣା। ଏଥିରେ ଘଟଣାରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ଏହି ଘଟଣା ଘଟିଛି। ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିବା ସମୟରେ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ କାରଣରୁ ଶ୍ରୀ ଖୁଣ୍ଟିଆ ଗୁରୁତର ହୋଇଥିଲେ। ପରେ ଶ୍ରୀମନ୍ଦିର ପୋଲିସ୍ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛି।
ଏ ନେଇ ସେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ୍ କିଛି ସେବାୟତଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ଅଭିଯୋଗ ଅନୁସାରେ ଶ୍ରଦ୍ଧାଳୁଙ୍କୁ ପାଦୁକା ବଣ୍ଟିବା ବେଳେ ପାଉଣା ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥାଇପାରେ। ହୋଇଥିବା ବିଶ୍ୱନାଥ ଖୁଣ୍ଟିଆ ଓ ଆକ୍ରମଣ କରିଥିବା ସେବାୟତମାନେ ପରସ୍ପର ସମ୍ପର୍କୀୟ ହୋଇଥିବା ଜଣାପଡିଛି। ତେବେ କୌଣସି ପାରିବାରିକ ଗଣ୍ଡଗୋଳ ଯୋଗୁ ଏପରି ହୋଇଥିବା ଚର୍ଚ୍ଚା ହେଉଛି।