Latest Odisha News

BREAKING NEWS

ରଥଯାତ୍ରା-୨୦୨୫: ବଡରାଉଳ ଠାକୁରାଣୀଙ୍କ ପିଠକୁ ଯାତ୍ରା କଲା ତିନି ଜଣିଆ ଟିମ୍

ପୁରୀ: ୨୦୨୫ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ହେବ । ଏଥିପାଇଁ ଆଜି ତିନି ରଥର ମୁଖ୍ୟ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ନୟାଗଡ଼ ବନଖଣ୍ଡ ଅଧିନ ମାଆ ବଡରାଉଳ ଠାକୁରାଣୀଙ୍କ ପିଠକୁ ଯାତ୍ରା କରିଛନ୍ତି ।

ମହାପ୍ରଭୁଙ୍କ ଲାଗି ମାଳମହାର୍ଦ, ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ଆଦି ବିଭିନ୍ନ ପ୍ରକାରର ପୂଜା ସାମଗ୍ରୀ ଧରି ଯାଇଛନ୍ତି । ଆସନ୍ତାକାଲି ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ହେବା ସହ ତିନିରଥ ପାଇଁ ତିନୋଟି କାଠ ଚିହ୍ନଟ କରାଯିବ । ତାପରେ ରଥପାଇଁ ରଥକାଠ କଟାଯିବ । ଏହି ତିନୋଟି କାଠକୁ ଶ୍ରୀପଞ୍ଚମୀ ଦିନ ସ୍ୱତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ଅନୁକୂଳ କରାଯିବ ।

ବିଶେଷକରି ରଥ ନିର୍ମାଣରେ ଫାସୀ, ଅସନ ,ଧଉରା ଆଦି କାଠ ବ୍ୟବହାର କରାଯାଇଥାଏ । ତେବେ ଶ୍ରୀମନ୍ଦିର ଅରୁଣସ୍ତମ୍ବ ନିକଟରୁ ମହାପ୍ରଭୁଙ୍କୁ ପ୍ରଣାମ କରି ରଥ ତତ୍ତ୍ୱାବଧାରକ, ଅମିନ ଓ ଭୋଇସର୍ଦ୍ଦାର ନୟାଗଡ ଗସ୍ତ କରିଛନ୍ତି । ତେବେ ଗତବର୍ଷ ୫୧ ଖଣ୍ଡ କାଠ ବଳକା ଥିବାରୁ ଆସନ୍ତା ରଥନିର୍ମାଣ ପାଇଁ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି । ଆସନ୍ତାକାଲି ପୂଜାର୍ଚ୍ଚନା କରିବା ପରେ କାଠ ଚିହ୍ନଟ ହୋଇ କାଠକଟା ଆରମ୍ଭ ହେବ । ପର୍ଯ୍ୟାୟକ୍ରମେ ରଥଖଳା ଓ କଟକ ଖପୁରିଆ ସ୍ଥିତ କରତକଳକୁ ରଥକାଠ ଆସି ପହଞ୍ଚିବ ।

Comments are closed.