Latest Odisha News

BREAKING NEWS

ସରକାରଙ୍କ ବଡ ଦାବି, କର୍କଟ ଟିକା ପ୍ରସ୍ତୁତ କଲା ଋଷ

ନୂଆଦିଲ୍ଲୀ: କର୍କଟ । ଯେଉଁ ରୋଗ ପାଇଁ ଆଜି ପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ଗଲାଣି । ଏବେ ବି ସାରା ବିଶ୍ଵରେ କର୍କଟ ଭଳି ଏକ ଗୁରୁତର ରୋଗରେ ଅନେକ ଲୋକ ପୀଡିତ । ଏଭଳି ପରିସ୍ଥିତିରେ ଋଷ ଏକ ବଡ ଦାବି କରିଛି । ଯାହା ସମଗ୍ର ବିଶ୍ୱକୁ ଏବେ ଆଶ୍ଵସ୍ତି ପ୍ରଦାନ କରିଛି । ଋଷ କହିଛି ଯେ, ସେ କର୍କଟ ଭଳି ଏକ ମାରାତ୍ମକ ରୋଗର ଟିକା ପ୍ରସ୍ତୁତ କରିଛି ଯାହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।

ଗତ ସୋମବାର ଦିନ ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, ଋଷ କର୍କଟ ବିରୋଧରେ ଏକ ଟିକା ପ୍ରସ୍ତୁତ କରିଛି ଯାହା ୨୦୨୫ରୁ ଋଷର ସମସ୍ତ କର୍କଟ ରୋଗୀରେ ପୀଡିତଙ୍କୁ ମାଗଣାରେ ଦିଆଯିବ। ରିପୋର୍ଟ ଅନୁଯାୟୀ, ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ଜେନେରାଲ୍ ଡାଇରେକ୍ଟର ଆଣ୍ଡ୍ରି କାପ୍ରିନ୍ ଋଷର ଏକ ରେଡିଓ ଚ୍ୟାନେଲରେ ଏହି ଟିକା ନେଇ ସୂଚନା ଦେଇଛନ୍ତି।

ଗତ ୨୦୨୪ ଫେବୃଆରୀ ମାସରେ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ଋଷ କର୍କଟ ରୋଗର ଚିକିତ୍ସା ପାଇଁ ଏକ ଟିକା ବାହାର କରିବ । ସେ କହିଥିଲେ ଯେ ଋଷର ବୈଜ୍ଞାନିକମାନେ କର୍କଟ ରୋଗ ପାଇଁ ଟିକା ପ୍ରସ୍ତୁତ କରୁଛନ୍ତି । ଯାହା ଏବେ ଶେଷ ପର୍ଯ୍ୟାୟରେ ଅଛି । ମୁଁ ଆଶା କରୁଛି ଯେ ଖୁବ୍ ଶୀଘ୍ର ଏହି ଟିକା ସଫଳ ଭାବରେ ବ୍ୟବହୃତ ହେବ।

ତେବେ କହିରଖୁଛୁ ଯେ, କର୍କଟ ଟିକା ପ୍ରସ୍ତୁତ କରିବା ପାଇଁ ଅନେକ ଦେଶରେ ପ୍ରକ୍ରିୟା ଜାରିରହିଛି । ବ୍ରିଟିଶ ସରକାର ଜର୍ମାନୀର ବାୟୋ ଟେକ୍ କମ୍ପାନୀ ସହିତ କର୍କଟ ଟିକା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ସେହିପରି ଆମେରିକାର ମୋଡର୍ନା ଏବଂ ମର୍କ କମ୍ପାନୀଗୁଡିକ ଚର୍ମ କର୍କଟ ଟିକା ପ୍ରସ୍ତୁତ କରୁଛନ୍ତି।

Comments are closed.