Latest Odisha News

କାହିଁକି ଏକକ ନିର୍ବାଚନରେ ମତ ଦେଲେନି ଗଡକରୀଙ୍କ ସମେତ ବିଜେପିର ୧୯ ସାଂସଦ?

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ସରକାରଙ୍କ ପକ୍ଷରୁ ଲୋକସଭା ସଦନରେ ବହୁ ଚର୍ଚ୍ଚିତ ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ ଆଗତ ହୋଇଛି । କେନ୍ଦ୍ର ଆଇନ ମନ୍ତ୍ରୀ ଏହାକୁ ଗୃହରେ ଉପସ୍ଥାପନା କରିଥିବା ବେଳେ ଏହାକୁ ନେଇ ଭୋଟିଂ ପ୍ରକ୍ରିୟା ଦ୍ବାରା ମତ ଗ୍ରହଣ କରାଯାଇଥିଲା । ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ବିଜେପିର ଏଭଳି ପଦକ୍ଷେପ ସମୟରେ ଖୋଦ୍ ବିଜେପିର ୨୦ ସାଂସଦ ଉପସ୍ଥିତ ନଥିଲେ । ଯେଉଁଠି ବିଲ୍ ସପକ୍ଷରେ ବହୁମତ ଆବଶ୍ୟକ ସେଠି ବିଜେପିର ୨୦ ନେତାଙ୍କ ଅନୁପସ୍ଥିତି ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

ସବୁଠୁ ବଡ କଥା ହେଉଛି ଏଥିରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ୍ ଗଡକାରୀ, ଗିରିରାଜ ସିଂହ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶାନ୍ତନୁ ଠାକୁର, ଜଗଦମ୍ବିକା ପାଲ୍, ବିବାଇ ରାଘବେନ୍ଦ୍ରଙ୍କ ବହୁ ବରିଷ୍ଠ ବିଜେପି ନେତା ଏଥିରେ ଉପସ୍ଥିତ ନଥିଲେ । ଯେବେକି ମିଳିଥିବା ସୂଚନା ଅନୁଯାୟୀ, ପାର୍ଟି ବିଳ୍‌ ଆଗତ କରିବା ପୂର୍ବରୁ ଗତକାଲି ଦଳକୁ ଏକ ତିନି ଲାଇନରେ ହ୍ବିପ୍ ଜାରି କରିଥିଲା । ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଥିଲେ ଯେ, ବିଲ୍ ଆଗତ ସମୟରେ ବିଜେପିର ସମସ୍ତ ନେତା ଉପସ୍ଥିତ ରହିବା ବାଧ୍ୟତାମୂଳକ ।

ତଥାପି ଏହି ବରିଷ୍ଠ ସାଂସଦମାନଙ୍କ ଅନୁପସ୍ଥିତି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାକୁ ନେଇ ବିଜେପି ଦଳୀୟ ନିର୍ଦ୍ଦେଶକୁ ଅବମାନନା କରିବା ପ୍ରସଙ୍ଗରେ ଏହି ନେତାମାନଙ୍କୁ ପାର୍ଟି ପକ୍ଷରୁ କାରଣ ଦର୍ଶାଆ ନୋଟିସ୍ ଜାରି କରିପାରେ ବୋଲି ସୂଚନା ମିଳିଛି । ଏନେଇ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ କାହିଁକି ସାଂସଦମାନେ ଉପସ୍ଥିତ ନଥିଲେ ସେନେଇ ସୋ କଜ୍ ନୋଟିସ୍ ସେମାନଙ୍କ ପାଖକୁ ପଠାଯାଇପାରେ ।

ଅନ୍ୟପକ୍ଷରେ ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକକାଳୀନ କରିବା ପାଇଁ କେନ୍ଦ୍ର ସରକାର ଏହି ବିଲକୁ ଉପସ୍ଥାପିତ କରିଥିବା ବେଳେ ଏହାକୁ ନେଇ ଇଣ୍ଡି ମେଣ୍ଟଙ୍କ ଜୋରଦାର ବିରୋଧ ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିରୋଧୀ ସମାଲୋଚନା କରି, ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲକୁ ଏକଛତ୍ରବାଦୀ ଏବଂ ସମ୍ବିଧାନର ମୌଳିକ ଅଧିକାରର ବିରୋଧ ବୋଲି ଦର୍ଶାଇଥିଲେ । ବିରୋଧ ସତ୍ତ୍ବେ  ପାଖାପାଖି  ୯୦ ମିନିଟର ବିତର୍କ ଏବଂ ଭୋଟ ଗ୍ରହଣ ପରେ ସମ୍ବିଧାନର ଏହି ୧୨୯ତମ ସଂଶୋଧନ ବିଲ୍ ସପକ୍ଷରେ ୨୬୯ ଭୋଟ ପଡିଥିବା ବେଳେ ବିପକ୍ଷରେ ୧୯୮ ଭୋଟ ଗୃହୀତ ହୋଇଥିଲା ।

ତେବେ କହରଖୁଛୁ, ଲୋୟର ହାଉସରେ କୌଣସି ବିଲ୍ ପାରିତ ହେବା ପାଇଁ ଗୃହର ଦୁଇ ତୃତୀୟାଂଶ ବହୁ ମତ ଅର୍ଥାତ୍ ୪୬୧ରୁ ମୋଟ ୩୦୭ ଭୋଟ ଆବଶ୍ୟକ । କିନ୍ତୁ ସରକାରଙ୍କ ସପକ୍ଷରେ ୨୬୩ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ୧୯୮ଟି ଭୋଟ ପଡିଛି । ଯାହାକି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ୍’ ବିଲ୍ ସଦନର ଦୁଇ ତୃତୀୟାଂଶ ଭୋଟ ଗ୍ରହଣ କରିବାରେ ବିଫଳ ହୋଇଛି ।

ତେବେ ଏହାକୁ ନେଇ ମଧ୍ୟ ବିରୋଧି ସଦନ ମଧ୍ୟକୁ ଆସି ବିରୋଧ କରିଥିଲେ । ଏଡି ବିଲ୍ ବହୁମତ ଗ୍ରହଣ କରିବାରେ ବିଫଳ ହୋଇଛି ।  ଏଭଳି ସ୍ଥିତି ବିଜେପିର ଗୋଟିଏ ଭୋଟ ବି ମହତ୍ବପୂର୍ଣ୍ଣ ଅଟେ ।

କିନ୍ତୁ ଅନ୍ୟପକ୍ଷରେ କଂଗ୍ରେସ ଏହା ବି ଦର୍ଶାଇଛି ଯେ କି, ସଦନରେ ସଂଖ୍ୟା ଗରିଷ୍ଠତା ଅନୁଯାୟୀ, ଏବେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ପାଖରେ ୨୯୩ ସାଂସଦ ରହିଥିବା ବେଳେ କଂଗ୍ରେସ ନେତୃତ୍ବାଧିନ ଇଣ୍ଡି ମେଣ୍ଟ ପାଖରେ ରହିଛି ୨୩୪ ସାଂସଦ । ଯଦିଓ ବିଜେପିର ସବୁ ସାଂସଦ ଉପସ୍ଥିତ ରହିଥିଲେ ମଧ୍ୟ ତଥାପି ଏହା ସଦନର ଦୁଇ ତୃତୀୟାଂଶ ମତ ଗ୍ରହଣ କରିପାରିନଥାନ୍ତା । ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ଏନଡିଏ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ ବୋଲି ମତ ରଖିଛି କଂଗ୍ରେସ ।

ଏଭଳି ସ୍ଥଳରେ ଏବେ ଜେସିପି, ମିଳିତ କମିଟି ଗଠନ ହିଁ ସରକାରଙ୍କ ପାଇଁ ଶେଷ ଆଶା ।

Leave A Reply

Your email address will not be published.