Latest Odisha News

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ସଶସ୍ତ୍ର ପୋଲିସ

ମୟୂରଭଞ୍ଜ: ଆହୁରି ସୁଦୃଢ ହେବ ମୟୂରଭଞ୍ଜ ଜିଲାର ଶିମିଳିପାଳ ଟାଇଗର ରିଜର୍ଭର ସୁରକ୍ଷା ବ୍ୟବସ୍ଥା । ଏ ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ଐତିହାସିକ ପଦକ୍ଷେପ । ଏକ କମ୍ପାନୀ ସଶସ୍ତ୍ର ପୋଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ପୋଲିସ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।

ତେବେ ଶିକାର ତଥା ବନ୍ୟଜନ୍ତୁ ଅପରାଧରୁ ଏହି ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଏହି ସଶସ୍ତ୍ର ପୋଲିସ କମ୍ପାନୀରେ ୧୩୧ ଜଣ ରହିବେ । ସେମାନଙ୍କ ମଧ୍ୟରେ ରହିବେ ୩ ଜଣ ସବ୍-ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର । ମୟୂରଭଞ୍ଜ ଏସପି ଏହି ୟୁନିଟ୍ ର ନେତୃତ୍ୱ ନେବେ ।

ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ । ସମ୍ପର୍କରେ ଗୃହ ସଚିବ ସତ୍ୟବ୍ରତ ସାହୁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ।

Leave A Reply

Your email address will not be published.