Latest Odisha News

BREAKING NEWS

ବଡ ଖୁଲାସା, ଏହି କାରଣରୁ ହୋଇଥିଲା ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ

ନୂଆଦିଲ୍ଲୀ; ଭାରତର ପ୍ରଥମ ପ୍ରତିରକ୍ଷା ପ୍ରମୁଖ-ସିଡିଏସ(CDS) ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ ପାଇଁ ଗଠିତ ସଂସଦୀୟ କମିଟି ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ, କି ବିପିନ ରାୱତଙ୍କ ହେଲିକପ୍ଟର ମାନବୀୟ ତୃଟି କାରଣରୁ ଦୁର୍ଘଟଣାଗ୍ରସ୍ତର ସମ୍ମୁଖିନ ହୋଇଥିଲା। 2021 ମସିହା ଡିସେମ୍ବର 8 ତାରିଖରେ, ତାମିଲନାଡୁର କୁନୁରରେ ବିପିନ ରାୱତଙ୍କ MI-17 V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିପିତ ରାୱତ, ତାଙ୍କ ପତ୍ନୀ ମଧୁଲିକା ଏବଂ ଅନ୍ୟ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା।

ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ଗତ ମଙ୍ଗଳବାର ଦିନ ସଂସଦରେ ଏହି ରିପୋର୍ଟ ପ୍ରଦାନ କରିଛି l ରିପୋର୍ଟରେ ହେଲିକପ୍ଟର ଦୁର୍ଘଟଣାର ମୁଖ୍ୟ କାରଣ ମାନବକୃତ ତ୍ରୁଟି ବୋଲି ଦର୍ଶାଯାଇଛି l ଏଥିସହ ରିପୋର୍ଟରେ 13ତମ ପ୍ରତିରକ୍ଷା ଯୋଜନା ଅବଧିରେ ଘଟିଥିବା ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣା ସମ୍ପର୍କରେ ସଂସଦରେ ରିପୋର୍ଟ ଉପସ୍ଥାପନ କରିଛି। ଏହି ରିପୋର୍ଟରେ 34ଟି ଦୁର୍ଘଟଣାର ବିବରଣୀ ଦିଆଯାଇଛି। ଯେଉଁଥିରେ 2021-22ରେ ଘଟିଥିବା 9 ଟି ଦୁର୍ଘଟଣା ଏବଂ 2018-19ରେ 11ଟି ଦୁର୍ଘଟଣା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ରିପୋର୍ଟରେ ଦୁର୍ଘଟଣାର କାରଣ, ଜଡିତ ବିମାନର ପ୍ରକାର, ଦୁର୍ଘଟଣାର ତାରିଖ ଏବଂ ଅବସ୍ଥାନ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି। ରିପୋର୍ଟରେ ସୂଚୀବଦ୍ଧ ୩୩ତମ ତଥ୍ୟ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କିତ ରିପୋର୍ଟ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଭାରତର ପ୍ରଥମ ପ୍ରତିରକ୍ଷା ପ୍ରମୁଖ-ସିଡିଏସ(CDS) ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ ଇତି ମଧ୍ୟରେ 3 ବର୍ଷ ପୂରିଛି । 2021 ମସିହା ଡିସେମ୍ବର 8 ତାରିଖରେ ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଏମଆଇ 17 ଭି5 କ୍ରାସ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଭାରତର ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପିନ ରାୱତଙ୍କ ସମେତ 14 ଜଣଙ୍କ ଦେହାନ୍ତ ହୋଇଥିଲା । ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସମସ୍ତଙ୍କ ଶରୀର ପ୍ରାୟ 85ରୁ 90 ଭାଗ ଜଳି ଯାଇଥିଲା । ତେବେ ପୂର୍ବରୁ ପାଗ ଖରାପ ଏହାର କାରଣ ବୋଲି କୁହାଯାଉଥିବା ବେଳେ ପ୍ରକୃତ କାରଣ ମନୁଷ୍ୟକୃତ ତ୍ରୁଟି ବୋଲି ଏବେ ପାର୍ଲାମେଣ୍ଟାରୀ ପ୍ୟାନେଲ ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.