Latest Odisha News

BREAKING NEWS

ଚିନ୍ତା ବଢାଇଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବର୍ଷର ଶେଷ ୧୦ ଦିନ ମଧ୍ୟରେ ଦିଲ୍ଲୀ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିବା ସହ ସର୍ବାଧିକ ତାପମାତ୍ରା ୨୩ ଡିଗ୍ରୀ ରହିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୨୬ ତାରିଖ ବେଳକୁ ଦିଲ୍ଲୀରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ବର୍ଷ ଶେଷ ଆଡକୁ ଘନ କୁହୁଡି ବଳୟ ଭିତରେ ରାଜଧାନୀ ଦିଲ୍ଲୀ ରହିବା ନେଇ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ପୁଣି ବିଗିଡିବାରେ ଲାଗିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଦିଲ୍ଲୀ ରିଅଲ୍ ଟାଇମ୍ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁଯାୟୀ ଆଜି ଏକ୍ୟୁଆଇ ସ୍ତର ସାମାନ୍ୟ ହ୍ରାସ ପାଇଛି । ତଥାପି ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ପ୍ରଦୂଷଣ ଅତ୍ୟନ୍ତ ଖରାପ ବର୍ଗରେ ରହିଛି। ଆଜି ସକାଳ ସୁଦ୍ଧା ଦିଲ୍ଲୀର ସୁଖଦେବ ବିହାରରେ ଏକ୍ୟୁଆଇ ସ୍ତର ୩୬୭ ରହିଥିବା ବେଳେ ଆଲିପୁରରେ ୩୬୨ ରେକର୍ଡ କରାଯାଇଛି ।

ଗତକାଲି ଦିଲ୍ଲୀର ଏକ୍ୟୁଆଇ ସ୍ତର “ଗୁରୁତର” ବର୍ଗରେ ଥିଲା । ଯେଉଁଥିରେ ପିଏମ ୨.୫ ଅଧିକ ମାତ୍ରାରେ ଥିଲା, ଯାହା ଏକ ସୂକ୍ଷ୍ମ କଣିକା ପଦାର୍ଥ ଅଟେ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ । ଦିଲ୍ଲୀର ୩୬ ଟି ମନିଟରିଂ ଷ୍ଟେସନ୍ ମଧ୍ୟରୁ ୧୪ ଟି ଷ୍ଟେସନର ବାୟୁ ଗୁଣବତ୍ତା ସ୍ତର ‘ଗୁରୁତର’ ବର୍ଗ ତଥା ଏକ୍ୟୁଆଇ ୪୫୦ରୁ ଅଧିକା ଥିବା ନେଇ ରେକର୍ଡ କରାଯାଇଛି । ଅବଶିଷ୍ଟ ଷ୍ଟେସନ ଗୁଡିକରେ, ଏକ୍ୟୁଆଇ ସ୍ତର ୪୦୧ ରୁ ୪୫୦ ରେକର୍ଡ କରାଯାଇଥିଲା ।

 

Comments are closed.