Latest Odisha News

BREAKING NEWS

ପ୍ରିୟଙ୍କାଙ୍କ ନାଁରେ ସଙ୍ଗିନ ଅଭିଯୋଗ, ସତ ହେଲେ ଯାଇପାରେ ସାଂସଦ ପଦ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ବଢ଼ିଲା ଅଡୁଆ। ପ୍ରଥମଥର ସଂସଦକୁ ଯାଇଥିବା ପ୍ରିୟଙ୍କାଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ଏପରି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ନବ୍ୟା ହରିଦାସ। ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ, ସେ କୋର୍ଟରେ ଏପରି ଚ୍ୟାଲେଞ୍ଜ କରିଛନ୍ତି। ହରିଦାସ ୱାଇନାଡ଼ରେ ପ୍ରିୟଙ୍କାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ସେ କହିଛନ୍ତି ଯେ ପ୍ରିୟଙ୍କା ନିଜର ଏବଂ ତାଙ୍କ ପରିବାରର ସମ୍ପତ୍ତିକୁ ସଠିକ ଭାବେ ପ୍ରକାଶ କରିନାହାଁନ୍ତି। ଏହାସହ ସେ ଅନ୍ୟ ତଥ୍ୟଗୁଡ଼ିକ ମଧ୍ୟ ଭୁଲ ଦେଇଛନ୍ତି। ବିଜେପି ନେତ୍ରୀ ଆହୁରି କହିଛନ୍ତି, ଏହା ଆଦର୍ଶ ଆଚରଣ ବିଧି ବିରୁଦ୍ଧରେ ଯାଉଛି । ଯାହା ଦୁର୍ନୀତିଗ୍ରସ୍ତ ଆଚରଣ ସହ ସମାନ। ସବୁଠାରୁ ବଡ଼ କଥା ହେଉଛି, ଯଦି ଏହି କଥା ସତ ହୁଏ, ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ସାଂସଦ ପଦ ହରାଇବାର ଆଶଙ୍କା ରହୁଛି।

କେତେ ଋଣ କରିଛନ୍ତି ପ୍ରିୟଙ୍କା ?

କେରଳର ୱାୟନାଡ ଲୋକସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ହରିଦାସଙ୍କୁ, କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ପ୍ରାୟ ପାଞ୍ଚ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ନବ୍ୟାଙ୍କ ଆବେଦନ ଉପରେ କୋର୍ଟ ୨୦୨୫ ଜାନୁଆରୀରେ ଶୁଣାଣି କରିପାରନ୍ତି। ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ତାଙ୍କର ୪.୨୪ କୋଟି ଟଙ୍କା ସ୍ଥାବର ଓ ୧୩.୮୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ଏହା ସହ ସେ ୧୫ ଲକ୍ଷ ୭୫ ହଜାର ଟଙ୍କା ଋଣ କରିଛନ୍ତି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି।

ପ୍ରିୟାଙ୍କାଙ୍କ ପାଖରେ କେତେ ସମ୍ପତ୍ତି ?

ସେହିପରି ପ୍ରିୟଙ୍କାଙ୍କ ପାଖରେ ୫୯.୮୩ କିଲୋଗ୍ରାମ ଟଙ୍କାର ରୂପା ରହିଛି। ଯାହାର ମୋଟ ମୂଲ୍ୟ ୨୯.୫୫ଲକ୍ଷ ଟଙ୍କା। ତାଙ୍କ ପାଖରେ ୪.୪୧ କିଲୋଗ୍ରାମ ମୂଲ୍ୟର ଅଳଙ୍କାର ଅଛି, ସେଥିମଧ୍ୟରୁ ୨.୫ କିଲୋଗ୍ରାମ ସୁନା ରହିଛି। ଯାହାର ମୂଲ୍ୟ ହେଉଛି ୧କୋଟି ୧୫ଲକ୍ଷ ୭୯ହଜାର ଟଙ୍କା। ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ଏକ ହୋଣ୍ଡା CRV କାର ମଧ୍ୟ ଅଛି। ତାଙ୍କ ପାଖରେ ୨ କୋଟି ୧୦ ଲକ୍ଷରୁ ଅଧିକ ମୂଲ୍ୟର ଚାଷ ଜମି ରହିଛି। ଏଥିସହ ଶିମଲାରେ ଥିବା ତାଙ୍କ ଘର ୪୮,୯୯୭ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହୋଇଛି।

 

Leave A Reply

Your email address will not be published.