Latest Odisha News

BREAKING NEWS

ଭଦ୍ରକରେ ହେବ ବୟନ ପାର୍କ: ମୁଖ୍ୟମନ୍ତ୍ରୀ

ଭଦ୍ରକ: ଭଦ୍ରକ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ୪ ହଜାର ୩୮୨ କୋଟି ଟଙ୍କା ବ୍ୟୟରେ ଭଦ୍ରକରେ ହେବ ବୟନ ପାର୍କ । ଆଇଓସିଏ୍‌ଲ ଏନେଇ ଅର୍ଥ ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।

ଏମସିପିଏଲ୍‌ ସହଯୋଗରେ ଭଦ୍ରକରେ ବୟନ ପାର୍କ କରାଯିବ । ଏହି ମିଳିତ ଉଦ୍ୟମ ଓଡ଼ିଶାର ଅର୍ଥନୀତିକୁ ଯଥେଷ୍ଟ ବୃଦ୍ଧି କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସ୍ଥିର ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନ ଧାମନଗର ଛକ ଠାରେ ହେବ ବୟନ ପାର୍କ । ଏଥିରେ ୯୦୦ ଟିପିଡି କ୍ରମାଗତ ପଲିମେରାଇଜେଶନ (ସିପି) ୟୁନିଟ୍‌ ସହିତ ଟେକ୍ସଚରଡ ୟାର୍ନ (ଡିଟିଓ୍ବାଇ), ଏଫ୍‌ଡିଓ୍ବାଇ, ପଲିଷ୍ଟର ଚିପ୍ସ ଏବଂ ଆନୁଷଙ୍ଗିକ ସୁବିଧା ରହିଛି ।

ସୂଚନାଯୋଗ୍ୟ, ପ୍ରଥମେ ଏହି ସ୍ଥାନରେ ଧରଣୀ ସୁଗାର କମ୍ପାନୀ ଚିନିକଳ ନିର୍ମାଣ ପାଇଁ ୧୯୯୫ରେ ଧାମନଗର ଛକ ଜାତୀୟ ରାଜପଥ ପାର୍ଶ୍ୱରେ ୨୩୫ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇଥିଲା । ଯାହା ଏବେ ଇଡକୋ ଅଧୀନରେ ଅଛି । ହେଲେ ଏଠାରେ ଚିନିକଳ ନ ହେବାରୁ ଅଧିକୃତ ହୋଇଥିବା ଜମିରେ ରାଜ୍ୟ ସରକାର ଫୁଡ୍ ପାର୍କ କରିବାକୁ କହିଥିଲେ, କିନ୍ତୁ କେନ୍ଦ୍ର ସରକାର ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇଥିଲେ । ଅଧୀକୃତ ଜମି ମଧ୍ୟରୁ ଟେକ୍ସଟାଇଲ୍ ପାର୍କ ପାଇଁ ୫୬ ଏକର ଜମି ଇଡକୋ ପ୍ରଦାନ କରିଛି ।

Leave A Reply

Your email address will not be published.