Latest Odisha News

BREAKING NEWS

ମାଇଲ୍ ଖୁଣ୍ଟର ରଙ୍ଗ ଭିନ୍ନ ଭିନ୍ନ କାହିଁକି?

ଭୁବନେଶ୍ବର: ଆମେ କୌଣସି ସଡକ ଯାତ୍ରା କଲାବେଳେ ଆମର ପଥ ପଦର୍ଶକ ପାଲଟିଥାଏ ରାସ୍ତା କଡରେ ଥିବା ମାଇଲ୍ ଖୁଣ୍ଟ୍ । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହା ସ୍ଥାପନା କରାଯାଇଥାଏ । ଏହା ଆମର ଗନ୍ତବ୍ୟସ୍ଥଳ ବିଷୟରେ ସୂଚନା ଦେବା ସହ ତାହା କେତେଦୂର ଅଛି ଜଣାଇଥାଏ । ଆପଣକେବେ ଲକ୍ଷ୍ୟ କରିଥିଲେ ଦେଖିଥିବେ ରାସ୍ତାରେ ମାଇଲ୍ ଖୁଣ୍ଟବିଭିନ୍ନ ରଙ୍ଗର ଥାଏ । କେଉଁଠି ହଳଦିଆ ତ କେଉଁଠି ନାରଙ୍ଗୀ ଆଉ କେଉଁଠି ସବୁଜ ଅବା କଳା ରଙ୍ଗର ମାଇଲ୍ ଖୁଣ୍ଟ ଦେଖାଯାଏ । ତେବେ ଜାଣିଛନ୍ତିକି ଭିନ୍ନଭିନ୍ନ ରଙ୍ଗର ମାଇଲ୍‌ଖୁଣ୍ଟ୍ କାହିଁକି ଥାଏ ।

ଆସନ୍ତୁ ଜାଣିବା ମାଇଲ୍‌ଖୁଣ୍ଟର ରଙ୍ଗ ସମ୍ବନ୍ଧରେ..

ନାରଙ୍ଗୀ ରଙ୍ଗର ମାଇଲ୍ ଖୁଣ୍ଟ-ଏହି ରଙ୍ଗର ମାଇଲ୍ ଖୁଣ୍ଟ ଗ୍ରାମୀଣ ସଡକରେ ଦେଖାଯାଏ । ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାରେ ଏହା ସ୍ଥାପିତ କରାଯାଇଥାଏ । ଆପଣଙ୍କ ଗନ୍ତବ୍ୟ ମାର୍ଗରେ ଏହି ରଙ୍ଗର ମାଇଲ ‌ଖୁଣ୍ଟପଡିଲେ ଜାଣିବେ ଆପଣ ଗ୍ରାମଞ୍ଚଳ ଆଡକୁ ଯାଉଛନ୍ତି ।
ସବୁଜ ରଙ୍ଗର ମାଇଲ୍‌ଖୁଣ୍ଟ-ଏହି ରଙ୍ଗର ମାଇଲ୍ ଖୁଣ୍ଟ ରାଜ୍ୟ ରାଜ ମାର୍ଗରେ ଦେଖାଯାଏ । ଏହି ସଡକ ରାଜ୍ୟ ସରକାରଙ୍କ ଅଧିନରେ ଆସିଥାଏ । ୨ରାଜ୍ୟକୁ ଯୋଡୁଥିବା ମାର୍ଗରେ ଏହି ରଙ୍ଗର ମାଇଲ୍ ଖୁଣ୍ଟ ସ୍ଥାପନ କରାଯାଏ ।
ହଳଦିଆ ରଙ୍ଗର ମାଇଲ୍ ଖୁଣ୍ଟ- ଏହା ରାଷ୍ଟ୍ରୀୟ ରାଜମାର୍ଗରେ ଦେଖିବାକୁ ମିଳିଥାଏ । ଏହି ମାର୍ଗର ରକ୍ଷଣାବେକ୍ଷଣ ସମସ୍ତ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଅଧିନରେ ରହେ ।
କଳା ରଙ୍ଗର ମାଇଲଖୁଣ୍ଟ-ଏହି ରଙ୍ଗର ମାଇଲ୍‌ଖଣ୍ଟ ବଡ ବଡ ସହର ମାନଙ୍କରେ ଦେଖିବାକୁ ମିଳେ । ଆପଣଙ୍କ ଗନ୍ତବ୍ୟ ରାସ୍ତାରେ ଏପରି ମାଇଲଖୁଣ୍ଟ ଆସିଲେ ଜାଣିବେ ଆପଣ ବଡ ସହର ମୁହାଁ ହେଉଛନ୍ତି ।
ସଂପୂର୍ଣ ଧଳା ରଙ୍ଗର ମାଇଲ୍‌ଖୁଣ୍ଟ ବି ଏହା ଦର୍ଶାଏ ।

Leave A Reply

Your email address will not be published.