Latest Odisha News

BREAKING NEWS

ପାନାମା କେନାଲକୁ ନେଇ ଏଭଳି ଧମକ ଦେଲେ ଟ୍ରମ୍ପ

ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ଧମକ ଦେଇଛନ୍ତି। ଯଦି ସେମାନେ ଆମେରିକୀୟ ଜାହାଜ ଉପରେ ଗମନାଗମନ ଶୁଳ୍କ ଜାରି ରଖନ୍ତି ତେବେ ଆମେରିକା ପାନାମା କେନାଲକୁ ଫେରାଇ ଆଣିବେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ’ ‘ରେ ଏଭଳି ପୋଷ୍ଟ କରିଛନ୍ତି  ଟ୍ରମ୍ପ। ସେ କହିଛନ୍ତି ଯେ ପାନାମା କେନାଲକୁ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି ଭାବରେ ବିବେଚନା କରାଯାଏ କାରଣ ଆମେରିକାର ଅର୍ଥନୀତି ତଥା ଜାତୀୟ ନିରାପତ୍ତାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସେ ଆହୁରି ମଧ୍ଯ କହିଛନ୍ତି ଆମେରିକା ପାନାମା ପାଇଁ ଯେଉଁ ଅସାଧାରଣ ଉଦାରତା ଦେଖାଇଛି ତାପରେ ମଧ୍ଯ ପନାମା ଦ୍ୱାରା ଯେଉଁ ଶୁଳ୍କ ଆଦାୟ କରାଯାଉଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ। ଏହି ଠକାମି ତୁରନ୍ତ ବନ୍ଦ ହେବା ଆବଶ୍ୟକ। ଅନ୍ୟମାନଙ୍କ ସୁବିଧା ଓ ଲାଭ ପାଇଁ ପାନାମାକୁ କେନାଲ ଦିଆଯାଇନଥିଲା ବରଂ ଆମେରିକା ସହ ପାନାମାର ସହଯୋଗର ପ୍ରତୀକ ଭାବରେ ଦିଆଯାଇଥିବା କଥା ସେ ପ୍ରକାଶ କରିଛନ୍ତି।

ଯଦି ଏହିସବୁ ନୀତି ନିୟମ, ନୈତିକ ଏବଂ ଆଇନଗତ ନୀତିଗୁଡିକ ପାଳନ କରାନଯାଏ ତାହେଲେ ପନାମା କେନାଲକୁ ସମ୍ପୂର୍ଣ୍ଣ ରୂପେ ଆମେ ଫେରାଇ ନେବୁ। ତେବେ ୱାଶିଂଟନ୍‌ରେ ଥିବା ପାନାମାର  ଦୂତାବାସ ଏବଂ ପାନାମା କେନାଲ କର୍ତ୍ତୃପକ୍ଷ ମଧ୍ଯ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Comments are closed.