Latest Odisha News

BREAKING NEWS

ମାଓବାଦୀ ସଂଗଠନକୁ ବଡ ଝଟକା: ହାର୍ଡକୋର ନକ୍ସଲ ଗିରଫ

ବିଜାପୁର: ଛତିଶଗଡର କାଙ୍କେର ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ବହୁତ ସଫଳତା ମିଳିଛି। ହାର୍ଡକୋର ନକ୍ସଲଙ୍କୁ ବାନ୍ଧିଲା ଅନ୍ତାଗଡ଼ ପୋଲିସ। ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ପ୍ରଭାକରଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ପ୍ରଭାକର ରାଓ ଗତ ୪୦ ବର୍ଷ ଧରି ନକ୍ସଲ ସଂଗଠନରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିଲେ।

ଛତିଶଗଡ ବ୍ୟତୀତ ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପୋଲିସ ଦୀର୍ଘ ଦିନ ଧରି ପ୍ରଭାକର ରାଓଙ୍କୁ ଖୋଜୁଥିଲେ। ବର୍ତ୍ତମାନ, ଇନାମୀ ନକ୍ସଲାଇଟ୍ ଉତ୍ତର ସବ୍ ଜୋନାଲ୍ ବ୍ୟୁରୋରେ ଲଜିଷ୍ଟିକ୍ ଏବଂ ମୋବାଇଲ୍ ପଲିଟିକାଲ ସ୍କୁଲ ଟିମ ଦାୟିତ୍ୱରେ ଥିଲେ। ପ୍ରଭାକର ରାଓ ଅନେକ ପ୍ରମୁଖ ନକ୍ସଲ ଘଟଣାରେ ଜଡିତ ଅଛନ୍ତି। ଅନ୍ୟପଟେ ପ୍ରଭାକରଙ୍କ ପତ୍ନୀ ରାଜେ କାଙ୍ଗେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ପଦବୀରେ କାମ କରୁଛନ୍ତି। ପ୍ରଭାକରଙ୍କ ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗତକାଲି ପୋଲିସ ପ୍ରଭାକରଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି।

ଛତିଶଗଡ଼ ସମେତ ଆନ୍ଧ୍ର ଓ ଓଡିଶାରେ ପ୍ରଭାକର ରାଓଙ୍କ ନାମରେ ଅନେକ ହିଂସା ମାମଲା ରହିଛି। ବସ୍ତର ଆଇଜି ସୁନ୍ଦରରାଜ ପି. ସୁଚନା ଦେଇଛନ୍ତି ଯେ ପ୍ରଭାକର ରାଓ ଓରଫ ବାଲମୁରୀ ନାରାୟଣ ରାଓଙ୍କ ଗିରଫଦାରୀ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସ ପାଇଁ ଏକ ବଡ ସଫଳତା। ୫୭ ବର୍ଷୀୟ ପ୍ରଭାକର ଓରଫ ବାଲମୁରୀ ନାରାୟଣ ରାଓ ତେଲେଙ୍ଗାନା ରାଜ୍ୟର ଜଗିତିଆଲ ଜିଲ୍ଲାର ବୀରପୁର ଗ୍ରାମର ବାସିନ୍ଦା। ସେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ଶୀର୍ଷ ମାଓ ନେତାଙ୍କ ନିକଟତର ସହଯୋଗୀ ଥିଲେ। ଆଇଜି କହିଛନ୍ତି ଯେ ପ୍ରଭାକର ରାଓଙ୍କ ପତ୍ନୀ ରାଜେ କାଙ୍ଗେ ରାଓଘାଟ ଏରିଆ କମିଟିର ପ୍ରଭାରୀ । ଏହା ସହ ସେ ମାଓ ସଚିବ ଗଣପତିଙ୍କ ସମ୍ପର୍କୀୟ ଭାଇ। ୨୦୨୪ ମସିହାରେ ଏପର୍ଯ୍ୟନ୍ତ ମୋଟ ୮୮୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ସୁଚନା ଦେଇଛନ୍ତି ।

Comments are closed.