Latest Odisha News

BREAKING NEWS

ବଢିବ କି ମୁଖ୍ୟ ଶାସନ ସଚିବ ଆହୁଜାଙ୍କ କାର୍ଯ୍ୟକାଳ?

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ବଢିବ କି କାର୍ଯ୍ୟକାଳ? ରାଜ୍ୟ ସରକାର ଆହୁଜାଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ଯୋଜନା କରୁଛନ୍ତି କି? ନା ନୂଆ ଚେହେରା ସମ୍ଭାଳିବେ ମୁଖ୍ୟ ଶାସନ ସଚିବ ଭାର ? କାରଣ ଆସନ୍ତା ୩୧ ତାରିଖରେ ସରୁଛି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ।

ତେବେ ଏହାକୁ ନେଇ ମିଳିଥିବା ଖବର ଅନୁଯାୟୀ, ରାଜ୍ୟ ସରକାର ଆହୁଜାଙ୍କ କାର୍ଯ୍ୟକାଳକୁ ଆହୁରି ୬ ମାସ ବୃଦ୍ଧି କରିପାରନ୍ତି । ଡିସେମ୍ୱର ୩୧ରେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କ ୩୪ ବର୍ଷର ଚାକିରୀ କାର୍ଯ୍ୟକାଳ ସରୁଥିବା ବେଳେ ପାଓ୍ୱାର କରିଡରର ଚାଲିଥିବା ଚର୍ଚ୍ଚା ଅନୁସାରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ପ୍ରାଥମିକ ପର୍ଯ୍ୟାୟରେ ଆହୁରି ୬ ମାସ ବୃଦ୍ଧି କରିପାରନ୍ତି ମୋହନ ସରକାର । ଯାହାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ ଯାହା ଆଧାର ରହିଥାଏ ମୁଖ୍ୟ ଶାସନ ସଚିବଙ୍କ ଚୟନ ପ୍ରକ୍ରିୟାରେ ସେହି ପ୍ରକ୍ରିୟା ରହିବ । ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେବା ନେଇ ଯୋଜନା କରୁଛନ୍ତି ନେଇ କହିଛନ୍ତି ଆଇନ ମନ୍ତ୍ରୀ ।

ତେବେ କାହିଁକି ମୋହନ ସରକାରଙ୍କ ପ୍ରଥମ ପସନ୍ଦ ଆହୁଜା?

୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରୁ ଫେରି ଜୁନ୍ ୩୦ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସହିତ ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ (ପିଜି)ର ସଚିବ ଭାର ସମ୍ଭାଳିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର କାଳେ ଅତି ବିଶ୍ବସ୍ତ ବରିଷ୍ଠ ଆଇଏଏସ ଆହୁଜା । କାର୍ଯ୍ୟଭାର ସମ୍ଭାଳିବା ପରେ ମନୋଜଙ୍କ ନେତୃତ୍ବରେ ଇନପୁଟ ସବସିଡି, ସୁଭଦ୍ରା ଭଳି ଲୋକାଭିମୁଖି ଯୋଜନାର କ୍ରିୟାନ୍ବୟନ ହୋଇଛି । ଓଡିଶାକୁ ଶିଳ୍ପ କରିଡର ଭାବେ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ରାଜ୍ୟ ବାହାରେ ବଡ ଭୂମିକା ନିଭାଇଛନ୍ତି ମନୋଜ । ଏଥିସହିତ ଆସନ୍ତା ବର୍ଷ ଜାନୁଆରୀ ୭ ଏବଂ ୮ରେ କିପରି ପ୍ରବାସୀ ଓଡିଶା କାର୍ଯ୍ୟକ୍ରମ ସଫଳତାର ସହ ହେବ ତାହାର ମଧ୍ୟ ନେତୃତ୍ବ ନେଉଛନ୍ତି ଆହୁଜା । ଆଉ ଜାନୁଆରୀ ଶେଷ ସପ୍ତାହରେ ଉତ୍କର୍ଷ ଓଡିଶଶ ମେଗା ଇଭେଣ୍ଟ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁ କାରଣୁ ଚର୍ଚ୍ଚା ଯେ ମୋହନ ସରକାର ମନୋଜଙ୍କ କାର୍ଯ୍ୟକାଳ ଆହୁରି ୬ ମାସ ପାଇଁ ବୃଦ୍ଧି କରିପାରନ୍ତି ।

Leave A Reply

Your email address will not be published.