ଭୁବନେଶ୍ବର: ବିଜେଡି ଆଣିଲା ଭୋଟିଂରେ ଜାଲିଆତି ଅଭିଯୋଗ । ୨୪ରେ କ୍ଷମତାଚ୍ୟୁତ ହେବା ପରେ ନିର୍ବାଚନ ଫଳାଫଳ ବାହାରିବାର ୬ ମାସ ପରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେଡି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଦଳ । ଏହାକୁ ନେଇ ବିଜେପି ବିଜେଡିକୁ ସମାଲୋଚନା କରିଛି । ତେବେ ଏନେଇ ଆଜି ବିଜେଡି ପ୍ରେସମିଟ କରି ସବୁ ପ୍ରଶ୍ନର ଉତ୍ତର ରଖିଛି। ଏନେଇ ସମସ୍ତ ତଥ୍ୟ ସହିତ ବିଜେଡି କହିଛି, ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଗଡ଼ବଡ଼କୁ ନେଇ ସାରା ଓଡ଼ିଶାରେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଭାରତୀୟ ନିର୍ବାଚନ କମିଶନଙ୍କୁ ବିଜେଡି ପ୍ରତିନିଧି ଭେଟିଛନ୍ତି । ନିର୍ବାଚନକୁ ୬ ମାସ ବିତିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତଥ୍ୟ ମିଳିନାହିଁ । ନିର୍ବାଚନ ସରିବା ପରେ ସବୁ ବୁଥ ପାଇଁ ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଥିଲା ବିଜେଡି । ହେଲେ ସେମାନେ ନଦେବାରୁ ବିଜେଡି ୬ ମାସ ହେବ ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିଛି । ଯାହାକୁ ନେଇ ଏବେ ଇସିଙ୍କ ପାଖରେ ଅଭିଯୋଗ ରଖିଛି ବିଜେଡି ।
ବିଜେଡିର ଦେଇଥିବା ତଥ୍ୟ ଅନୁଯାୟୀ, ଭୋଟ୍ ଗଣତି ଓ ମତଦାନ ସଂଖ୍ୟା ଅସଂଗତି ଓ ତାଳମେଳ ରହୁନାହିଁ । ସନ୍ଦେହ ଦୂର କରିବା ଦାୟିତ୍ୱ ନିର୍ବାଚନ କମିଶନଙ୍କର । ଯଦି ନିର୍ବାଚନ କମିଶନ ସ୍ୱଚ୍ଛ ତେବେ ସେ କିଛି ସ୍ପଷ୍ଟ କରୁନାହାନ୍ତି କାହିଁକି? କେଉଁ ଅଦୃଶ୍ୟ ଚାପରେ ଚେପା ହୋଇଛନ୍ତି? ଏହା ଗୋପନୀୟ ନୁହେଁ ତଥ୍ୟ ଦେବା ଦରକାର ବୋଲି ଦାବି କରିଛି ବିଜେଡି । ଭାରତ ନିର୍ବାଚନ ଇତିହାସରେ ଏପରି ଘଟଣା ପ୍ରଥମ ଯେ, ପ୍ରିଜାଇଡିଙ୍ଗ ଅଫିସର ଦେଇଥିବା ତଥ୍ୟ ରିଟର୍ନିଙ୍ଗ ଅଫିସରଙ୍କ ତଥ୍ୟ ଠାରୁ ସଂପୂର୍ଣ୍ଣ ଅଲଗା । ଯାହା ଏବେ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିବା ବେଳେ ଇସିଆଇଙ୍କ ପାଖରେ ସ୍ପଷ୍ଟୀକରଣ ପାଇଁ ଫେରାଦ ହୋଇଥିବା ବିଜେଡି କହିଛି।
ଗତକାଲି ବିଜେଡିର ଏକ ଉଚ୍ଚସ୍ତରୀୟ ଟିମ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇ ନିର୍ବାଚନ ଅନିୟମିତତାର ଅଭିଯୋଗ ଆଣିଛନ୍ତି । ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ଦଳ ଇସିଆଇଙ୍କୁ ଭେଟିଛନ୍ତି । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ୍ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି । ଇସିଆଇ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟରେ ପାର୍ଥକ୍ୟ ରହିଛି । ନିର୍ବାଚନ ମଣ୍ଡଳିୱାରୀ ତଥ୍ୟରେ ତାଳମେଳ ରହୁନାହିଁ । ଭୋଟ୍ ଗ୍ରହଣ ସମୟ ପରେ ବି ଇଭିଏମରେ ଭୋଟ ପଡିଥିଲା । ଆଉ ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ କି ଆରଟିଆଇଙ୍କୁ ତଥ୍ୟ ମାଗିଲେ, ସେ ଦେଉନଥିବା ବିଜେଡି ଅଭିଯୋଗ କରିଛି ।
Comments are closed.