Latest Odisha News

BREAKING NEWS

ଜାଣନ୍ତୁ ଏହି ଛୋଟିଆ ଫୋନର ପତନ ପଛର କାହାଣୀ …

ଭୁବନେଶ୍ୱର: ଛୋଟ ବେଳେ ଆମେ ପ୍ରାୟତଃ ଏହି ଛୋଟ ଫୋନଟିକୁ ଦେଖିଥିବା ନିଶ୍ଚୟ l ଆଂଜ୍ଞା ହଁ ଆମେ କହୁଛୁ ଏହି ଛୋଟ ସୁନ୍ଦର ନୋକିଆ ଫୋନ ବିଷୟରେ l ଗୋଟେ ସମୟ ଥିଲା ଯେତେବେଳେ ଏହି ନୋକିଆ ଫୋନଟି ସମସ୍ତଙ୍କ ହାତରେ ଦେଖିବାକୁ ମିଳୁଥିଲା l କିନ୍ତୁ ଆଜି ଏହି ଫୋନ୍ କେଉଁଠାରେ ଦେଖିବାକୁ ମିଳୁନାହିଁ l ବଜାରରେ ଦୃଶ୍ୟମାନ ହେଉନାହିଁ l ଏପରିକି କିଛି ଲୋକ ଏହାର ନାଁ ମଧ୍ୟ ଜାଣିନାହାନ୍ତି l ଏକ ସମୟ ଥିଲା ଯେତେବେଳେ ନୋକିଆ ଫୋନ ସାରା ବିଶ୍ୱରେ 30% ବଜାର ଅଂଶୀଦାର ଥିଲା l କିନ୍ତୁ ଏହି ଫୋନର ବିକ୍ରି ଧୀରେ ଧୀରେ ହ୍ରାସ ପାଇଲା l ଶେଷରେ ଏହି ଫୋନ ବଜାରରୁ ପତନ ହୋଇଗଲା l ତେବେ ଜାଣିଛନ୍ତି ଏହି ଛୋଟ ସୁନ୍ଦର ଫୋନ ପତନ ପଚାର କାରଣ କଣ? ଆସନ୍ତୁ ଜାଣିବା…

ବାସ୍ତବରେ, ଆପଲ୍ ଏବଂ ସାମସଙ୍ଗ ଯେତେବେଳେ ସ୍ମାର୍ଟଫୋନ୍ ତିଆରି କରୁଥିଲେ ନୋକିଆ ସେତେବେଳେ କୀ ପ୍ୟାଡ୍ ଫୋନ୍ ତିଆରି କରୁଥିଲା l କମ୍ପାନୀ ଭାବୁଥିଲା ଯେ ଲୋକେ ଟଚସ୍କ୍ରିନ ଫୋନ୍ କିଣିବେ ନାହିଁ। କିନ୍ତୁ କମ୍ପାନୀର ଏହି ଭାବନା ଭୁଲ ଥିଲା l ଧୀରେ ଧୀରେ ଲୋକେ ସ୍ମାର୍ଟଫୋନକୁ ଆଦୃତ କରିନେଲେ l ପରେ କମ୍ପାନୀ ସିମ୍ବିଆନ୍ ନାମକ ଏକ ନିଜର ଅପରେଟିଂ ସିଷ୍ଟମ୍ ତିଆରି କଲେ l କିନ୍ତୁ ତାହା ମଧ୍ୟ ବିଫଳ ହେଲା। ଏହାର କାରଣ ହେଉଛି ଏହି ଅପରେଟିଂ ସିଷ୍ଟମ୍ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଭଳି ଭଲ ନଥିଲା। ନୋକିଆ ପରିବର୍ତ୍ତନ କରିବାରେ ସାମାନ୍ୟ ବିଳମ୍ବ କରିଥିଲା। ଆଉ କମ୍ପାନୀ ଏହା ବୁଝିବା ବେଳକୁ ବହୁତ ଡେରି ହୋଇଯାଇଥିଲା l

ଏକ ସମୟ ଥିଲା ଯେତେବେଳେ ନୋକିଆ ନିଜର ବ୍ରାଣ୍ଡ ଭାଲ୍ୟୁ ବଣେଇଥିଲା l କମ୍ପାନୀ ଭାବୁଥିଲା ଯେ ତା ନାଁର ଭାଲ୍ୟୁ କୁ ଦେଖି ଲୋକେ ଫୋନ କିଣିବେ l କିନ୍ତୁ ସେତେବେଳକୁ ଲୋକମାନେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଫୋନ୍ ପସନ୍ଦ କରିବା ଆରମ୍ଭ କରିଥିଲେ ଏବଂ ସେମାନେ ପୁରୁଣା ସିମ୍ବିଆନ୍ ଓଏସ୍ ଫୋନ୍ କିଣିବାକୁ ଚାହୁଁନଥିଲେ। ସମୟ କ୍ରମେ ଆପଲ୍ ଏବଂ ସାମସଙ୍ଗ ସେମାନଙ୍କର ଆଇଫୋନ୍ ଏବଂ ଗାଲାକ୍ସି ସିରିଜ୍ ସହିତ ସେମାନଙ୍କର ନୂତନ ବ୍ରାଣ୍ଡକୁ ମଜବୁତ କରିଥିଲେ, କିନ୍ତୁ ନୋକିଆ ତାହା କରିପାରିଲା ନାହିଁ l ଧୀରେ ଧୀରେ ନୋକିଆ ଲୋକଙ୍କ ବିଶ୍ୱାସ ହରାଇଲା ଏବଂ ଲୋକମାନେ ଆପଲ୍ ଏବଂ ସାମସଙ୍ଗ ଫୋନ୍ କିଣିବା ଆରମ୍ଭ କଲେ l 2014 ମସିହାରେ ନୋକିଆ, ନୋକିଆ ଲୁମିଆ ଏବଂ ଆଶା ସିରିଜ୍ ପରି ଭଲ ଫୋନ୍ ଲଞ୍ଚ କରିଥିଲା ​l କିନ୍ତୁ ବଜାରରେ ଏହା ମଧ୍ୟ ଭଲ ଚାଲିଲାନି l ମାଇକ୍ରୋସଫ୍ଟ ସହିତ ହୋଇଥିବା ଚୁକ୍ତି ନୋକିଆ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହେଲାନାହିଁ ଏବଂ କମ୍ପାନୀର ମାର୍କେଟ ସେୟାର ହ୍ରାସ ପାଇବାରେ ଲାଗିଲା l

Leave A Reply

Your email address will not be published.