Latest Odisha News

BREAKING NEWS

ଅଜବ ଗଜବ: ପୁରୁଷ ଶିକ୍ଷକ ହେଲେ ଗର୍ଭବତୀ! ମିଳିଛି ମାତୃତ୍ୱ ଛୁଟି

ପାଟଣା: କୌଣସି ପୁରୁଷ ଗର୍ଭବତୀ ହେବା ବିଷୟରେ ଆପଣ କେବେ ଦେଖିଛନ୍ତି ନା ଶୁଣିଛନ୍ତି? ବିବାହ ପରେ ମହିଳାମାନେ ଗର୍ଭବତୀ ହେବା ଆମେ ଜାଣିଛେ ହେଲେ କୈାଣସି ପୁରୁଷ ଗର୍ଭବତୀ ଧାରଣ କରିବା କେବେ କେହି ଭାବି ନଥିବେ କି ବିଶ୍ୱାସ ବି କରିନଥିବେ। ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବିହାର ଶିକ୍ଷା ବିଭାଗ ଜଣେ ପୁରୁଷ ଶିକ୍ଷକଙ୍କୁ ‘ଗର୍ଭବତୀ’ କରିଥିଲା। ପ୍ରକୃତରେ ଶିକ୍ଷକ ଗର୍ଭବତୀ ନଥିଲେ, ବରଂ ଶିକ୍ଷା ବିଭାଗ (ବିହାର ଶିକ୍ଷା ବୋର୍ଡ) ର ଅବହେଳା ହେତୁ ତାଙ୍କୁ ମାତୃତ୍ୱ ଛୁଟିକୁ ପଠାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ବିହାର ଶିକ୍ଷା ବିଭାଗ ଏବଂ ଶିକ୍ଷକମାନଙ୍କୁ ପରିହାସ କରାଯାଉଛି। ତେବେ ଅଧିକାରୀ ତାଙ୍କ ଭୁଲକୁ ଗ୍ରହଣ କରିଛନ୍ତି।

ଏହି ଅଜବ ମାମଲା ଭୈଶାଲି ଜିଲ୍ଲାର ହାଜିପୁରରୁ ଆସିଛି। ଏଠାରେ ଜଣେ ବିପିଏସସି ଶିକ୍ଷକ ମହୁଆ ବ୍ଲକ ଅଞ୍ଚଳର ହାସନପୁର ଓସେତି ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି। ଯାହାର ନାମ ଜିତେନ୍ଦ୍ର କୁମାର ସିଂ। ତାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଗର୍ଭବତୀ ବନାଇ ଛୁଟି ଦିଆଗଲା। ଏହି ମାତୃତ୍ୱ ଛୁଟି ଶିକ୍ଷା ବିଭାଗର ଇ-ଶିଖା କୋଶ ପୋର୍ଟାଲରେ ଦିଆଯାଇଥିଲା। ସେ ଏହି ଛୁଟିକୁ ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ କରିଥିଲେ।

ଶିକ୍ଷା ବିଭାଗ ଏବଂ ସରକାରୀ ୱେବସାଇଟ ଅନୁଯାୟୀ ଶିକ୍ଷକ ଜିତେନ୍ଦ୍ର ଗର୍ଭବତୀ ଅଛନ୍ତି ଏବଂ ସେ ଛୁଟିରେ ଅଛନ୍ତି। ମହିଳାମାନଙ୍କୁ ଯେପରି ମାତୃତ୍ୱ ଛୁଟି ଦିଆଯାଏ ସମାନ ସରକାରୀ ଛୁଟି ଏହି ପୁରୁଷ ଶିକ୍ଷକଙ୍କୁ ଦିଆଗଲା। ଏହି ଘଟଣା ପରେ ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ କ୍ରୋଧ ଦେଖାଗଲା।

ଏକ ସରକାରୀ ବିଦ୍ୟାଳୟର ପୁରୁଷ ଶିକ୍ଷକଙ୍କୁ ମାତୃତ୍ୱ ଛୁଟି ଦେବା ପ୍ରସଙ୍ଗରେ ବ୍ଲକ ଶିକ୍ଷା ଅଧିକାରୀ ଅର୍ଚ୍ଚନା କୁମାରୀ କହିଛନ୍ତି,ବୈଷୟିକ କାରଣରୁ ଏହି ଅନିୟମିତତା ଘଟିଛି। ପୁରୁଷ ଶିକ୍ଷକଙ୍କୁ ଏହି ଉପାୟରେ ଛୁଟି ଦିଆଯାଇନଥାଏ। ଏହା ଶୀଘ୍ର ସମାଧାନ ହେବ ବୋଲି ସେ କହିଛନ୍ତି। ହାସନପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ଶିକ୍ଷକ ଜିତେନ୍ଦ୍ର କୁମାରଙ୍କୁ ଡିସେମ୍ବର ୨ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇଥିଲେ। ଯେତେବେଳେ ବିଭାଗ ଏହି ଘଟଣା ବିଷୟରେ ଖବର ପାଇଥିଲା, ସେମାନେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହି ତ୍ରୁଟି ପାଇଁ ଶିକ୍ଷା ଅଧିକାରୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ବିଭାଗ ତୁରନ୍ତ ଏହି ଭୁଲକୁ ସଂଶୋଧନ କରିବ। ତେବେ ଏହି ଘଟଣା ଶିକ୍ଷା ବିଭାଗକୁ ଅପମାନ କରିଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ମଧ୍ୟ ଏହି ଖବର ଭାଇରାଲ ହୋଇଛି। ବିହାର ଶିକ୍ଷା ବିଭାଗର ଏହି ଭୁଲକୁ ନେଇ ଇଣ୍ଟରନେଟରେ ବ୍ୟବହାରକାରୀମାନେ ବହୁତ ମଜା କରୁଛନ୍ତି।

Comments are closed.