Latest Odisha News

BREAKING NEWS

ନକ୍ସଲଙ୍କ ଗ୍ରେନେଡ୍ ମାଡରେ ୨ ଜବାନ ଗୁରୁତର ଆହତ

ସୁକୁମା: ଛତିଶଗଡରୁ ଏକ ବଡ ଖବର ସାମ୍ନାକୁ ଆସିଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ହଠାତ୍ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ନକ୍ସଲ । ଏଥିରେ ଦୁଇ ଜଣ ଜବାନ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣ ଛତିଶଗଡର ସୁକମା ଜିଲ୍ଲାରେ ଅବସ୍ଥିତ ରାୟଗୁଡେମ ଅଞ୍ଚଳରେ ହୋଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳ ନକ୍ସଲମାନଙ୍କ ଅଧୀନରେ ଥିଲା । ଏଠାରେ ନକ୍ସଲମାନଙ୍କ ଏକ ବୃହତ୍ ବାଟାଲିଅନ୍ ବାସ କରୁଥିଲେ, କିନ୍ତୁ ଛତିଶଗଡକୁ ନକ୍ସଲଙ୍କଠାରୁ ମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିଥିଲେ । ଏଭଳି ପରିସ୍ଥିତିରେ ଜବାନଙ୍କ ପାଟ୍ରୋଲିଂ କରୁଥିବା ଦେଖି ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ । ନକ୍ସଲଙ୍କ ଗୁଳିରେ ଦୁଇ ଜଣ ଜବାନ ଗୁରୁତର ଆହତ ହୋଇଥିବା ଖବର ରହିଛି ।

ଏହାପରେ ସୁରକ୍ଷାକର୍ମୀ ନକ୍ସଲଙ୍କ ଆକ୍ରମଣର ପ୍ରତିଶୋଧ ନେବାକୁ ପାଲଟା ଗୁଳି ଚଳାଇବା ଆରମ୍ଭ କରିଥିଲେ ସେତେବେଳେ ନକ୍ସଲମାନେ ସେଠାରୁ ଖସି ପଳାଇଥିଲେ । ଉଭୟ ଆହତ ଜବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ସେମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ଗତ 4 ଦଶନ୍ଧି ଧରି ଗୋମଗୁଡା କ୍ୟାମ୍ପ ଚାରିପାଖରେ ଥିବା ଅଞ୍ଚଳ ନକ୍ସଲମାନଙ୍କ ଅଧୀନରେ ରହିଆସିଛି । ସୁରକ୍ଷା ବାହିନୀ ଦ୍ବାରା ଅପରେସନ୍ ସମୟରେ ନକ୍ସଲମାନେ ନଦୀର ଅପର ପାର୍ଶ୍ୱରେ ଲୁଚି ରହିଥିଲେ । କିନ୍ତୁ ବର୍ତ୍ତମାନ ସୁରକ୍ଷା ବାହିନୀ ନଦୀର ଅପର ପାର୍ଶ୍ୱକୁ ମଧ୍ୟ କାବୁ କରି ନେଇଛନ୍ତି, ଯେଉଁ କାରଣରୁ ନକ୍ସଲମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Comments are closed.