ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ କଠିନ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ତେବେ ମ୍ୟାଚ ଜିତିବା ଆଶାରେ ଟିମ ଇଣ୍ଡିଆ ଆଘାତ ସମସ୍ୟାକୁ ଅଣଦେଖା କରୁଛି । କେଏଲ ରାହୁଲ, ଅଧିନାୟକ ରୋହିତ ଶର୍ମା ଓ ଏବେ ଶୁଭମନ ଗିଲ ଆହତ ହୋଇଛନ୍ତି । ହାତରେ ବଲ ବାଜିବା ସତ୍ୱେ ଗିଲ ପୂର୍ବ ଭଳି ବ୍ୟାଟିଂ ଅଭ୍ୟାସ ଜାରୀ ରଖିଥିଲେ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକି ଥିବା ୨ଟି ମ୍ୟାଚରେ ବିଜୟ ହାସଲ ଜରୁରୀ ହୋଇ ପଡିଛି । ମେଲବୋର୍ଣ୍ଣ ପିଚରେ ଭାରତର ଭଲ ରେକର୍ଡ ରହିଥିବାରୁ ପ୍ରଶଂସକଙ୍କ ଆଶା ଉଜ୍ଜୀବୀତ ରହିଛି ।
୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ଏମସିଜି ପିଚ ସ୍ପିନରଙ୍କୁ ସୁହାଉଥିବାରୁ ଅବସର ଘୋଷଣା କରିଥିବା ରବିଚନ୍ଦ୍ରନ ଅଶ୍ୱୀନଙ୍କ ସ୍ଥାନରେ ତନୂଷ କୋଟିୟାନଙ୍କୁ ଦଳରେ ସାମିଲ କରାଯାଇଛି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଫର୍ମ ଟିମ ଇଣ୍ଡିଆ ପାଇଁ ସମସ୍ୟାର କାରଣ ସାଜିଛି । ଏମସିଜିରେ ପୂର୍ବଭଳି କୋହଲି ବଡ ଇନିଂସ ଖେଳିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।