ହାଇଦ୍ରାବାଦ: ହାଇଦ୍ରାବାଦର ସାନ୍ଧ୍ୟା ଥିଏଟର ବାହାରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପୁଅ ଅବସ୍ଥା ମଧ୍ଯ ଗୁରୁତର ହୋଇପଡିଥିଲେ। ବର୍ତ୍ତମାନ ଏହି ଘଟଣାରେ ପଚରାଉଚରା ପାଇଁ ଅଲୁ ଅର୍ଜୁନଙ୍କୁ ଚିକକଡପାଲି ପୋଲିସ ଷ୍ଟେସନକୁ ଡକାଯାଇଥିଲା। ଯେଉଁଠି ତାଙ୍କୁ ପ୍ରାୟ ୩ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଜେରା କରାଯାଇଥିଲା।
ଜେରା ସମୟରେ ପଚରା ଯାଇଥିବା ପ୍ରଶ୍ନ ମଧ୍ୟରେ ରହିଥିଲା- ରୋଡ୍ ସୋ କରି କାହିଁକି ଥିଏଟରକୁ ଯାଇଥିଲେ ? ସେଠାକୁ ଯିବା ପାଇଁ ପୋଲିସର ଅନୁମତି ନଥିଲା। ଏକଥା ଜାଣିଥିଲ କି ନାହିଁ ? ସନ୍ଧ୍ୟା ଥିଏଟର କର୍ତ୍ତୃପକ୍ଷଙ୍କର ଅନୁମତି ନେଇଥିଲେ କି ? କେତେବେଳେ ଜାଣିଲେ ଦଳାଚକଟାରେ ମହିଳାଙ୍କର ମୃତ୍ୟୁ ହୋଇଛି? ଦଳାଚକଟା ଖବର କିଏ ଆପଣଙ୍କୁ ପ୍ରଥମେ ଦେଇଥିଲେ ? ଦଳାଚକଟା ଖବର ଜାଣି ବି ଥିଏଟରରେ ବସି ଫିଲ୍ମ ଦେଖିଥିଲ କାହିଁକି?
ତେବେ ଗତ ଡିସେମ୍ବର ୪ରେ ଥିଏଟର ବାହାରେ ଦଳାଚକଟା ଘଟଣାରେ ଅଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନ ମିଳିଥିଲା।