Latest Odisha News

କୋର୍ଟରେ ଶୁଣାଣି ବେଳେ ହଠାତ୍ ଓକିଲଙ୍କ ଫାଇଲରୁ ବାହାରିଲା ବିଷାକ୍ତ ସାପ, ଆଉ ତାପରେ..

ମୁମ୍ବାଇ: ମହାରାଷ୍ଟ୍ରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇର ଏକ କୋର୍ଟରେ ଶୁଣାଣି ବେଳେ ହଠାତ୍ ସାମ୍ନାକୁ ଆସିଲା ଏକ ସାପ। କୋର୍ଟରେ ଫାଇଲ ଗଦା ଭିତରୁ ଏକ ସାପ ବାହାରିବା ପରେ କୋର୍ଟ କୋଠରୀରେ ବିଶୃଙ୍ଖଳା ଦେଖାଦେଇଥିଲା। କୋର୍ଟ କୋଠରୀରେ ଉପସ୍ଥିତ ଥିବା ସମସ୍ତେ ସାପକୁ ଭୟ କରି ଦୌଡିବାକୁ ଲାଗିଲେ।

ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନରେ ମୁମ୍ବାଇର ମୁଲୁଣ୍ଡସ୍ଥିତ ମାଜିଷ୍ଟ୍ରେଟ କୋର୍ଟରେ ଏହି ଘଟଣା ଘଟିଛି। କୋର୍ଟ ପ୍ରକ୍ରିୟା ସମୟରେ କୋର୍ଟର ୨୭ନମ୍ବର କୋଠରୀରେ ଥିବା ଫାଇଲଗୁଡ଼ିକ ମଧ୍ୟରେ ପ୍ରାୟ ୨ଫୁଟ ଲମ୍ବର ଏକ ସାପ ଦେଖିବାକୁ ମିଳିଥିଲା। ସାପ ବାହାରକୁ ଆସିବାରୁ କିଛି ସମୟ ପାଇଁ ଶୁଣାଣି ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଥିଲା ଏବଂ ଜଜ୍ ମଧ୍ୟ ତାଙ୍କ ଚେୟାର ଛାଡି ଠିଆ ହୋଇଯାଇଥିଲେ। ପରେ ଫାଇଲରୁ ସାପଟି ହଠାତ୍ ଗାଏବ ହୋଇଯାଇଥିଲା। ପରେ ସାପ ଧରାଳିକୁ ସାପ ଧରିବା ପାଇଁ ଡକାଯାଇଥିଲା। ତେବେ ଏହା କେଉଁ ସାପ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଜଣେ ଓକିଲ କହିଛନ୍ତି ଯେ ସାପ ବାହାରିବା ମାତ୍ରେ କୋର୍ଟ ରୁମରେ ଉପସ୍ଥିତ ସମସ୍ତେ ଭୟଭୀତ ହୋଇପଡିଥିଲେ। ଜଜ୍ ଅଦାଲତର ପ୍ରକ୍ରିୟାକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ। ସାପ ଧରିବା ପାଇଁ ଧରାଳିକୁ ଡକାଯାଇ କୋର୍ଟ ପରିସରରେ ସାପକୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଓକିଲ କହିଛନ୍ତି ଯେ ପୁରୁଣା ଫାଇଲଗୁଡ଼ିକୁ ହଟାଇବା ଏବଂ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ମଧ୍ୟ ସାପଟି କୋର୍ଟ କୋଠରୀରୁ ମିଳି ନଥିଲା। ସାପଟି କୋଠରୀରେ ଥିବା ଗର୍ତ୍ତରୁ ବାହାରି ଆସିଥିବା କୁହାଯାଉଛି। ତେବେ ଘଟଣାର ଏକ ଘଣ୍ଟା ପରେ ଜଜ୍ କୋର୍ଟ କାର୍ଯ୍ୟ ଆରମ୍ଭ କରିଥିଲେ।

Comments are closed.