Latest Odisha News

BREAKING NEWS

ସଂସଦ ଭବନ ଆଗରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଆଜି ସଂସଦ ଆଗରେ ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି । ଦେହରେ ପେଟ୍ରାଲ ଢାଳି ନିଆଁ ଲଗାଇଦେଇଥିଲେ ଯୁବକ ଜଣକ । ନିଆଁ ଲାଗି ଯୁବକ ଜଣଙ୍କ ଗୁରୁତର ହୋଇଥିବାବେଳେ, ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ପୋଲିସ ସେଠାରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାର ଯାଞ୍ଚ ପାଇଁ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯୁବକ ଜଣକ ଏପରି କରିବାର କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରୁ ଦୁଇ ପୃଷ୍ଠାର ନୋଟ୍ ମଧ୍ୟ ଜବତ କରିଛି । ଘଟଣା ପରେ ତୁରନ୍ତ ଗୁରୁତରକୁ କମ୍ବଳ ଘୋଡାଇ ଡାକ୍ତରଖାନା ନିଆଯାଇଥିଲା ।

ସଂସଦ ଗୃହ ପରିସରରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ କହିଛନ୍ତି ଯେ, ଯୁବକ ଜଣକ ରେଳବାଇ ବିଲଡିଂ ନିକଟରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହା ପରେ ସେ ସଂସଦ ଗୃହ ଆଡ଼କୁ ଦୌଡ଼ିବାକୁ ଲାଗିଲେ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଯୁବକ ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ବାଗପତ ନିବାସୀ ଜିତେନ୍ଦ୍ର । ସେ ରେଳ ଭବନ ଛକରେ ନିଜକୁ ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟ ପୋଲିସ ଏବଂ ରେଳ ପୋଲିସ କିଛି ଲୋକଙ୍କ ସହାୟତାରେ ନିଆଁ ଲିଭାଇ ଯୁବକଙ୍କୁ ଡାକ୍ତରଖାନା ପଠାଇଥିଲେ ।

ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ସେନେଇ ପୋଲିସ ତନାଘନା ଆରମ୍ଭ କରିଛି ।

Leave A Reply

Your email address will not be published.