ଭୁବନେଶ୍ବର: ଭାରତ ବାହାରେ ଯାତ୍ରା କରିବାକୁ ପାସପୋର୍ଟ ନିହାତି ଜରୁରୀ । ତେଣୁ ଆପଣଙ୍କୁ ପାସପୋର୍ଟ ବନେଇବାକୁ ପଡିବ । ଚିନ୍ତା କରନ୍ତୁ ନାହିଁ, ପାସପୋର୍ଟ ପାଇଁ ଅନଲାଇନ୍ ଆବେଦନ କରିବା ଏକ ସହଜ ପ୍ରକ୍ରିୟା |ଘରେ ଆରାମରେ ବସି ଆବେଦନ କରିପାରିବେ ।
ଅନଲାଇନ ପାସପୋର୍ଟ ପାଇଁ କିପରି ଆବେଦନ କରିବେ?
-ପ୍ରଥମେ ଆପଣଙ୍କୁ ପାସପୋର୍ଟ ସେବା (Passport Seva) ୱେବସାଇଟକୁ ଯାଇ ନିଜକୁ ପଞ୍ଜିକରଣ କରିବାକୁ ପଡିବ | ଯଦି ପୂର୍ବରୁ ଆକାଉଣ୍ଟ୍ ଖୋଲିସାରିଛନ୍ତି ତେବେ ଏଥିରେ ଲଗ୍ଇନ୍ କରନ୍ତୁ |
-ଏହା ପରେ Apply for Fresh Passport/ Re-issue of Passport ରେ କ୍ଲିକ୍ କରନ୍ତୁ ।
-ଏକ ଆପ୍ଲିକେସନ ଦିଆଯିବ, ଏଥିରେ ପଚରାଯାଇଥିବା ସମସ୍ତ ବିବରଣୀ ପୁରଣ କରନ୍ତୁ | ତାପରେ Submit ଉପରେ କ୍ଲିକ କରନ୍ତୁ |
– ଏହା ପରେ Pay and Schedule Appointment ଉପରେ କ୍ଲିକ୍ କରନ୍ତୁ |
– ଆପଣ ପାସପୋର୍ଟ ସେବା କେନ୍ଦ୍ରରେ ଆପଣ ଆପୋଏମେଣ୍ଟ ବୁକ୍ କରିପାରିବେ |
– ବିକଳ୍ପ ଚୟନ କରନ୍ତୁ ଏବଂ ଦେୟ ପାଇଁ Proceed କରନ୍ତୁ |
-ପ୍ରକ୍ରିୟା ସମାପ୍ତ ହେବା ପରେ, ଆବେଦନ ରସିଦ ଡାଉନଲୋଡ୍ କରନ୍ତୁ |ଏଥିପାଇଁ print Application Receipt ଉପରେ କ୍ଲିକ୍ କରନ୍ତୁ |
-ଆପଣଙ୍କୁ ଆପୋଏମେଣ୍ଟ ବିବରଣୀ ମିଳିଯିବ ।
-ପାସପୋର୍ଟ ସେବା କେନ୍ଦ୍ରକୁ ଯିବାବେଳେ, ଆପଣଙ୍କ ପାଖରେ ସମସ୍ତ ଅସଲି ଡକ୍ୟୁମେଣ୍ଟ ରଖିଥିବେ ।
ବର୍ତ୍ତମାନ ଘର ଠିକଣାର ପ୍ରମାଣ- ନିର୍ବାଚନ ଆୟୋଗର ଫଟୋ ଆଇଡି, ଆଧାର କାର୍ଡ, ଭଡା ଚୁକ୍ତି ଏବଂ ପିତାମାତାଙ୍କ ପାସପୋର୍ଟ କପି ଅନ୍ତର୍ଭୁକ୍ତ | ଏଥିମଧ୍ୟରୁ ଯେକୌଣସିଟି ବ୍ୟବହାର କରାଯାଇପାରିବ |
ଜନ୍ମ ତାରିଖର ପ୍ରମାଣ – ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ଏବଂ ପ୍ୟାନ କାର୍ଡ ବ୍ୟବହାର କରାଯାଇପାରିବ |
ଆବେଦନ ପୂରଣ କରିବା ସମୟରେ ଆବେଦନକାରୀଙ୍କ ଦ୍ୱାରା ଦିଆଯାଇଥିବା ଠିକଣାକୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପାସପୋର୍ଟ ପଠାଯାଏ | ସାଧାରଣଭାବେ ପାସପୋର୍ଟ ୩୦ରୁ ୪୫ଦିନ ମଧ୍ୟରେ ପହଞ୍ଚିଯିବ । ତତକାଳ ମୋଡ୍ ରେ ଆବେଦନ କରିଥିଲେ ପାସପୋର୍ଟ ୭ରୁ ୧୪ ଦିନ ଭିତରେ ପହଞ୍ଚିଯିବେ | ଇଣ୍ଡିଆ ପୋଷ୍ଟର ସ୍ପିଡ୍ ପୋଷ୍ଟ ପୋର୍ଟାଲରେ ଉପଲବ୍ଧ ଟ୍ରାକିଂ ସୁବିଧା ପାଇପାରିବେ ।