Latest Odisha News

BREAKING NEWS

ବାସ୍ତୁ ଅନୁସାରେ ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ ?

ଭୁବନେଶ୍ଵର: ଆମର ଘର,ଛାତ କିମ୍ବା ଝରକା ଉପରେ ପାରା ବସା ତିଆରି କରିଥାନ୍ତି | କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁ ଏବଂ ମାନ୍ୟତା ଅନୁଯାୟୀ, ଘରେ ପାରା ଅଣ୍ଡା ଦେବା ଶୁଭ କି ଅଶୁଭ ?

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଆଗକୁ ଘରେ କାହାର ବାହାଘର ହେବାକୁ ଯାଉଥିଲେ ଅଥବା କାହାର ଛୁଆପିଲା ହେବାର ଥିଲେ କିମ୍ବା ଅନ୍ୟ କୌଣସି ଶୁଭଖବର ମିଳିବାର ଥିଲେ ସେହି ଘରେ ପାରା ଅଣ୍ଡା ଦେଇଥାଏ।

ସେହିପରି ଘରର ଛାତ ଅବା ବାଲକୋନିରେ ପାରା ଆସି ଅଣ୍ଡା ଦେଲେ ଜାଣିବେ ଯେ, ପରିବାର ସଦସ୍ୟଙ୍କର କିଛି ମନୋସ୍କାମନା ଥାଏ, ତାହା ଖୁବ୍‌ ଶୀଘ୍ର ପୂରଣ ହେବାକୁ ଯାଉଛି ।

ଏଥିସହ ଗୃହସ୍ଥଙ୍କ ଘରେ ପାରା ଅଣ୍ଡା ଦେବା ସର୍ବଦା ଶୁଭ ସୂଚନା ପ୍ରଦାନ କରିଥାଏ। କିନ୍ତୁ କୌଣସି କାରଣ ବଶତଃ ଯଦି ପାରା ଦେଇଥିବା ଅଣ୍ଡା ଫାଟିଯାଏ, ତା’ହେଲେ ଏହା ଘର ପାଇଁ ଅଶୁଭ ବୋଲି ବିଶ୍ୱାସ କରାଯାଏ।

କେତେକ ସ୍ଥାନରେ,  ପାରା ଘରେ ବସା ତିଆରି କରିବା ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ । ଏହା ଆର୍ଥିକ ଲାଭର ପ୍ରତୀକ ଭାବରେ ବିବେଚନା କରାଯାଏ ।  ବିଶ୍ୱାସ କରାଯାଏ ଯେ, ପାରା ଦେବୀ ଲକ୍ଷ୍ମୀଙ୍କ ଭକ୍ତ ଅଟନ୍ତି, ତେଣୁ ସେମାନଙ୍କ ଘରେ ବସା ବାନ୍ଧିବା ଦ୍ୱାରା ଟଙ୍କା ଅଭାବ ହୁଏ ନାହିଁ ।

Comments are closed.