ଭୁବନେଶ୍ବର: ନୂଆବର୍ଷ ଆରମ୍ଭ ହେବାକୁ ଯାଇଥିବା ବେଳେ ରାଜ୍ୟରେ ଏବେ ମଦ ଦର ବୃଦ୍ଧି ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଯାହାକୁ ନେଇ ପ୍ରତିକ୍ରିୟା ରଖି ଏହା ଉପରେ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ମଦ ଦର ବଢିବ କି ନବଢିବ ଏହାକୁ ନେଇ ରିପୋର୍ଟ ଅସ୍ତଗତ ହୋଇଛି । ମଦ ଦର ବୃଦ୍ଧି ନେଇ ପ୍ରାଇସ ଫିକ୍ସେସନ୍ କମିଟି ରିପୋର୍ଟ ଆସିଥିବା ବେଳେ ଏହା ଉପରେ ସରକାର ନିଷ୍ପତ୍ତି ନେବେ । ସମସ୍ତ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି ଫିକ୍ସେସନ୍ କମିଟି ନିଷ୍ପତ୍ତି ଏହାର ନିଷ୍ପତ୍ତି ନେଇଥାଏ । ୩ଦିନ ତଳେ ଏହି କମିଟି ବସିଥିବା ବେଳେ ମଦ ଦର ବୃଦ୍ଧି ନେଇ ନିଷ୍ପତ୍ତି ଆସିଛି । ଏହା ଉପରେ ରାଜ୍ୟ ସରକାର ବିଚାର କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
Comments are closed.