Latest Odisha News

BREAKING NEWS

ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି: ଓଡିଶାର ସୁଶ୍ରୀ ଦିବ୍ୟଦର୍ଶନୀଙ୍କୁ ସୁଯୋଗ

ଭୁବନେଶ୍ୱର: ଚେନ୍ନାଇରେ ଜାତୀୟ ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ପାଇଁ ବିସିସିଆଇ ୫ଟି ଦଳ ଘୋଷଣା କରିଛି । ଓଡିଶାର ଉଦୀୟମାନ କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶନୀଙ୍କୁ ଏହି ସମ୍ମାନଜନକ ମୁକାବିଲା ପାଇଁ ଚୟନ କରାଯାଇଛି । ସୁଶ୍ରୀଙ୍କୁ ଟିମ ଡିରେ ସ୍ଥାନ ମିଳିଛି । ଟିମ ଏ, ବି, ସି, ଡି ଓ ଇ ଭାବେ ଏହି ଦଳଗୁଡିକର ନାମ ଦିଆଯାଇଛି । ସମସ୍ତ ୫ଟି ଟିମ ପରସ୍ପର ବିପକ୍ଷରେ ରାଉଣ୍ଡ ରବିନ ଲିଗ ମାଧ୍ୟମରେ ମ୍ୟାଚ ଖେଳିବେ । ଶ୍ରେଷ୍ଠ ୨ଟି ଟିମ ଫାଇନାଲକୁ ଉନ୍ନୀତ ହେବେ । ଫାଇନାଲ ମ୍ୟାଚ ଚେପକର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ସୁଶ୍ରୀ ସ୍ଥାନ ପାଇଥିବା ଟିମ ଡି ଜାନୁୟାରୀ ୫ରେ ଟିମ ସି ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ଏହା ପରେ ୯ରେ ଟିମ ଇ, ୧୧ରେ ଟିମ ବି ଓ ୧୩ରେ ଟିମ ଏକୁ ଭେଟିବ । ସମସ୍ତ ମ୍ୟାଚ ସକାଳ ୯ଟାରେ ଆରମ୍ଭ ହେବ ।

ଢେଙ୍କାନାଳର ୨୭ ବର୍ଷୀୟା ସୁଶ୍ରୀ ୨୩ ବର୍ଷରୁ କମ ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ଗ୍ରୀନ ଟିମର ନେତୃତ୍ୱ ନେଇଥିଲେ । ତାଙ୍କ ଦଳ ଫାଇନାଲରେ ପ୍ରବେଶ କରିଥିଲେ । ୨୦୧୯ରେ ମହିଳା ଟି୨୦ ଚ୍ୟାଲେଞ୍ଜରେ ସେ ଭେଲୋସିଟି ଟିମ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଏସିସି ମହିଳା ଏମର୍ଜିଂ ଟିମ ଏସିଆ କପରେ ସେ ଭାରତ ପକ୍ଷରୁ ଖେଳି ସର୍ବାଧିକ ୱିକେଟ ହାସଲ କରିଥିଲେ ।

Comments are closed.